Author: Purva Paksha

ନିର୍ବାଚନ କମିଶନ ଗୁରୁବାର ୨୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଯଥାଶୀଘ୍ର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର ) ପାଇଁ ପ୍ରସ୍ତୁତି ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ଗଣତନ୍ତ୍ରର ମହାକୁମ୍ଭ ହେଉଛି ନିର୍ବାଚନ। ଏହି ପ୍ରକ୍ରିୟାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆଧାର ହେଉଛି ଏକ ସ୍ୱଚ୍ଛ ଏବଂ ତ୍ରୁଟିଶୂନ୍ୟ ଭୋଟର ତାଲିକା। ନିକଟରେ ଭାରତୀୟ ନିର୍ବାଚନ କମିଶନ (ଇସିଆଇ) ଓଡ଼ିଶା ସମେତ ୨୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଯେଉଁ ନିର୍ଦ୍ଦେଶନାମା ଜାରି କରିଛନ୍ତି, ତାହା ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଅଧିକ ବ୍ୟବସ୍ଥିତ କରିବା ଦିଗରେ ଏକ ବଡ଼ ପଦକ୍ଷେପ। ଏପ୍ରିଲ ମାସରୁ ଆରମ୍ଭ ହେବାକୁ ଥିବା ‘ସ୍ୱତନ୍ତ୍ର ସଘନ ସଂଶୋଧନ’ (ଏସ୍‍ଆଇଆର) ପାଇଁ ସମସ୍ତ ପ୍ରସ୍ତୁତି ସାରିବାକୁ କମିଶନଙ୍କ ଏହି ତାଗିଦ୍ କେବଳ ଏକ ପ୍ରାଶାସନିକ କାର୍ଯ୍ୟ ନୁହେଁ, ବରଂ ପ୍ରତିଟି ଯୋଗ୍ୟ ନାଗରିକଙ୍କୁ ତାଙ୍କ ମତାଧିକାର ସାବ୍ୟସ୍ତ କରିବାର ସୁଯୋଗ ଦେବାର ଏକ ମାଧ୍ୟମ। ଏସ୍‍ଆଇଆରର ଆବଶ୍ୟକତା ଓ…

Read More