Author: Purva Paksha

ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଏହି ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଚାଲିଥିବା ଏହି ବିବାଦ ଉପରେ ଆଉ ଏକ ପଡ଼ୋଶୀ ଦେଶର ନଜର ରହିଛି। ଏହି ଦେଶଟି ହେଉଛି ଚୀନ୍‍। ଚୀନ୍‍ ନିଜର ସୈନ୍ୟ ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ ପ୍ରଚୁର ଅର୍ଥ ବିନିଯୋଗ କରିଛି। କିନ୍ତୁ ଏ ପର୍ଯ୍ୟନ୍ତ ତା’ର ଅସ୍ତ୍ରଶସ୍ତ୍ର ଯୁଦ୍ଧକ୍ଷେତ୍ରରେ ପରୀକ୍ଷିତ ହୋଇନାହିଁ। ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏହାର ପ୍ରଥମ ବଡ଼ ପରୀକ୍ଷା। କାରଣ, ପାକିସ୍ତାନର ଅସ୍ତ୍ରଭାଣ୍ଡାରରେ ୮୧% ଅସ୍ତ୍ର ଚୀନ୍‍ରୁ ଆସିଛି। ୨୦୨୩ ମସିହାରେ ବିଶ୍ୱରେ ଅସ୍ତ୍ର ଶିଳ୍ପର ରାଜସ୍ୱ ୬୩୨ ବିଲିୟନ ଡଲାରରେ ପହଞ୍ଚିଥିଲା। ସ୍ପଷ୍ଟତଃ, ଚୀନ୍‍ର ନଜର ଏହି ବଜାର ଉପରେ ରହିଛି। ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ ଇନଷ୍ଟିଚ୍ୟୁଟ (SIPRI) ଅନୁସାରେ, ଆମେରିକା ବିଶ୍ୱରେ ଅସ୍ତ୍ର ରପ୍ତାନୀରେ ସବୁଠାରୁ ଆଗରେ ରହିଛି। ୨୦୨୦ରୁ ୨୦୨୪ ମଧ୍ୟରେ ବିଶ୍ୱରେ ଅସ୍ତ୍ର ବ୍ୟବସାୟରେ ଆମେରିକାର…

Read More