Author: Purva Paksha

ବର୍ତ୍ତମାନ ସମଗ୍ର ଦେଶରେ ଯୁଦ୍ଧ ପରିସ୍ଥିତି। ଯୁଦ୍ଧର ଟିକିନିକି ଖବର ଶୁଣିବା ପାଇଁ ସମସ୍ତେ ବ୍ୟଗ୍ର। ଦେଶର ଏହି ଯୁଦ୍ଧ ପରିସ୍ଥିତିରେ ରାଜ୍ୟ ରାଜନୀତିର ଏକ ପ୍ରମୁଖ ଅଂଶ ଥିବା ବିଜୁ ଜନତା ଦଳରେ ନେତାମାନଙ୍କ ଭିତରେ ଏବେ ଯୁଦ୍ଧ ପ୍ରସ୍ତୁତି ଚାଲିଛି। ଦଳ ଭିତରେ ପ୍ରତିଷ୍ଠାତା ତଥା ବରିଷ୍ଠ ସଦସ୍ୟମାନଙ୍କୁ ଅନୁପ୍ରବେଶକାରୀ ନେତାମାନେ କୋଣଠେସା କରିଛନ୍ତି। ଏହାକୁ ବିରୋଧ କରି ନିଜର ସମ୍ମାନ ରକ୍ଷା କରିବା ପାଇଁ ବରିଷ୍ଠ ନେତାମାନେ ଅଣ୍ଟା ଭିଡ଼ିବା ସହିତ ନେତୃତ୍ୱ ବିରୋଧରେ ସମରସଜ୍ଜା ଆରମ୍ଭ କରିଛନ୍ତି। ଦଳର ସଭାପତି ପଦ ପାଇବା ପରେ ନବୀନ ପଟ୍ଟନାୟକ ଯେଉଁ ପଦପଦବୀ ମୁଆଁ ବାଣ୍ଟିଛନ୍ତି, ସେଥିରେ ଦଳର ଅନେକ ପ୍ରତିଷ୍ଠାତା ସଭ୍ୟ ଓ ବରିଷ୍ଠ ନେତା ଏକପ୍ରକାର ଲଣ୍ଡା ହୋଇଯାଇଛନ୍ତି। ଏପରି ହୋଇଛି ଯେ ସେମାନେ ଦଳରେ ଥାଇ ନ ଥିଲା ଭଳି। ଏହି ନେତାମାନଙ୍କର ଏଭଳି ପକ୍ଷଛେଦନ ହୋଇଛି ଯେ ସେମାନେ ନା କହିପାରୁଛନ୍ତି ନା…

Read More