Author: Purva Paksha

ଏକଦା ଓଡ଼ିଶା ବିଜେପିର ଅଘୋଷିତ ମୁଖିଆ ସାଜିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଏବେ ବେଳେ ଖରାପ ଚାଲିଛି। ନା ରାଜନୀତିକ ସମୀକରଣ କାମ ଦେଉଛି ନା ପ୍ରାକୃତିକ ପରିବେଶ। ପରିସ୍ଥିତି ଏପରି ହୋଇଛି ଯେ, ଧର୍ମେନ୍ଦ୍ର ନା କହିପାରୁଛନ୍ତି ନା ସହିପାରୁଛନ୍ତି। ଯେଉଁ ସମ୍ବଲପୁରରୁ ତାଙ୍କୁ ଲୋକମାନେ ନିର୍ବାଚିତ କରିଛନ୍ତି ସେହି ଲୋକମାନଙ୍କୁ ବି ସେ ଉଚିତ ନ୍ୟାୟ ଦେବାରେ ସମର୍ଥ ହୋଇପାରୁ ନାହାନ୍ତି। ଧର୍ମେନ୍ଦ୍ରଙ୍କ ଲାଗି ନ୍ୟୁ ନର୍ମାଲ ସାଜିଥିବା ଓଡ଼ିଶାର ପରିବର୍ତ୍ତିତ ରାଜନୀତିକ ପରିବେଶକୁ ନେଇ ଆଜିର ଆଲୋଚନା। ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ରାଜ୍ୟ ତଥା ରାଷ୍ଟ୍ରୀୟ ରାଜନୀତିର ଅନ୍ୟତମ ପ୍ରଭାବଶାଳୀ ନେତାଭାବେ ଜଣାଶୁଣା। ଛାତ୍ର ଜୀବନରୁ ସଂଘ ପରିବାର ଓ ବିଜେପି ସହ ଜଡ଼ିତ ଥିବା ଏହି ରାଜନେତାଙ୍କ କେନ୍ଦ୍ରୀୟ ପ୍ରଭାବ ଦିନକୁ ଦିନ କମୁଥିବା ତାଙ୍କ ସମର୍ଥକମାନଙ୍କ ମହଲରେ ଆଲୋଚନା ହେଉଛି। ଏପରିକି କେନ୍ଦ୍ରୀୟ ନେତୃତ୍ୱ ଧର୍ମେନ୍ଦ୍ରଙ୍କ ବିକଳ୍ପ ପାଇ ସାରିଛନ୍ତି। ଓଡ଼ିଶା ସରକାର ଓ…

Read More