What's Hot
Author: Purva Paksha
ସରକାରଙ୍କୁ ବର୍ଷେ ପୂରିବାକୁ ବସିଲାଣି କିନ୍ତୁ ମନ୍ତ୍ରିମଣ୍ଡଳ ଓ ଅମଲଲାତନ୍ତ୍ର ଭିତରେ ସମନ୍ୱୟ ପ୍ରତିଷ୍ଠା କରିପାରୁ ନାହାନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉପରୁ ତଳକୁ ସରକାରଙ୍କ ଆଭିମୁଖ୍ୟ ପ୍ରବାହିତ ହୋଇପାରୁନାହିଁ। ଏଯାଏ ବି ରାଜ୍ୟର ଅଧିକାରୀଙ୍କ ଉପରେ ବିଜୁ ଜନତା ଦଳର ପ୍ରଭାବ ରହିଛି। ଏ କଥାକୁ ଖୋଦ୍ ମୁଖ୍ୟମନ୍ତ୍ରୀ ସ୍ୱୀକାର କରୁଛନ୍ତି, ପୁଣି ଯେତେବେଳେ ଅଫିସରଙ୍କୁ ଭେଟୁଛନ୍ତି ସେତେବେଳେ ଏହି କଥା କହି ନିଜର ହତାଶାକୁ ସ୍ପଷ୍ଟ କରୁଛନ୍ତି। ଏ ଉକ୍ତି ରାଜ୍ୟବାସୀଙ୍କ ମନରେ ଅନେକ ପ୍ରଶ୍ନ ଉଦ୍ରେକ କରୁଛି। ସେଥିରୁ ମୂଳ ପ୍ରଶ୍ନଟି ହେଉଛି ଯଦି ଜଣେ ମୁଖ୍ୟମନ୍ତ୍ରୀ ସାଧାରଣ ବିଡିଓଙ୍କୁ ନିୟନ୍ତ୍ରଣ କରିପାରୁନାହାନ୍ତି ତେବେ ରାଜ୍ୟର ସାଧାରଣ ଜନତା କିପରି ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା କରିବେ? କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ଏପରି ଭାଷଣ ପଢ଼ିବାକୁ ବା କହିବାକୁ ପରାମର୍ଶ କିଏ ଦେଉଛି? ଯେଉଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତାଙ୍କୁ ସର୍ବୋଚ୍ଚ ନେତାଭାବେ ପ୍ରତିଷ୍ଠିତ କରିବାକୁ ଦାୟିତ୍ୱ ନେଇଛି ତାହା…
