Author: Purva Paksha

ଓବିସି ସଂରକ୍ଷଣକୁ ନେଇ ରାଜ୍ୟ ରାଜନୀତି ଏବେ କିଛିଦିନ ହେଲା ପୁଣି ସରଗରମ ହୋଇଛି। ବିଜେଡିର ଅରୁଣ ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ କଂଗ୍ରେସର ଶ୍ରୀକାନ୍ତ ଜେନା ଏ ପ୍ରସଙ୍ଗକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚିତ ରହିଛନ୍ତି। ସାମ୍ବାଦିକଙ୍କୁ ବିଭିନ୍ନ ସୂଚନା ଦେବା, ସରକାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିବା, କିପରି ଓବିସିଙ୍କ ସ୍ୱାର୍ଥ ହାସଲ ପାଇଁ ପଦକ୍ଷେପ ନିଆଯାଇପାରିବ ସେ ବିଷୟରେ କହୁଛନ୍ତି। କିନ୍ତୁ ଜାଣିଛନ୍ତି ଏ ତିନି ନେତା ଓବିସିଙ୍କ ପାଇଁ କାଳନିମି ସଦୃଶ। ବାଲ୍ମିକୀ ରାମାୟଣର ଯୁଦ୍ଧ କାଣ୍ଡରେ ଏହି କାଳନିମି ରାକ୍ଷସର କଥା କୁହାଯାଇଛି ଯିଏ ହନୁମାନଙ୍କୁ ବିଶଲ୍ୟକରଣୀ ଆଣିବା ପାଇଁ ରୋକିଥିଲେ। ଠିକ୍‍ ସେମିତି ଏହି ନେତାତ୍ରୟ ଓବିସିଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଅଭିଯୋଗ ହୋଇଛି। ବାଲ୍ମିକୀ ରାମାୟଣର ୭୪ତମ ଅଧ୍ୟାୟ କଥା କହୁଥିଲି ଆପଣଙ୍କୁ। ଏହି ଅଧ୍ୟାୟରେ ମହର୍ଷି ଲେଖିଛନ୍ତି ଇନ୍ଦ୍ରଜିତର ବ୍ରହ୍ମାସ୍ତ୍ର ପ୍ରହାରରେ ଲକ୍ଷ୍ମଣ ଏବଂ ୬୪ କୋଟି ବାନର ମୁର୍ଛା…

Read More