Author: Purva Paksha

ରାଜ୍ୟରେ ବିଜେପି ସରକାରକୁ ବର୍ଷେ ପୂରିବାକୁ ଯାଉଛି। କିନ୍ତୁ ଗତ ବର୍ଷେ ହେଲା ଯେଉଁ ପ୍ରକାର ଶାସନ ଥିଲା ତାହା ଆଉ ଆସନ୍ତା ବର୍ଷକୁ ରହିବ ନାହିଁ। ଲୋକଙ୍କ ସରକାରରେ ଅଫିସରଙ୍କ ଭୂମିକାକୁ ଗୌଣ କରିବାକୁ ସରକାର ଆଗକୁ ଅଧିକ କଠୋର ହେବେ ବୋଲି ସୂଚନା ଦେଇ ସାରିଲେଣି। ବିଶେଷକରି ମନ୍ତ୍ରି ପରିଷଦ ବୈଠକରେ ଆଉ ବିଭାଗୀୟ ସଚିବଙ୍କ ଉପସ୍ଥିତି ରହିବ ନାହିଁ କହି ସରକାର ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନର ଆଭାସ ଦେଇଛନ୍ତି। ତେବେ ପ୍ରଶ୍ନ ଉଠୁଛି ଏହା ଶାସନକୁ ଲୋକାଭିମୁଖୀ କରିବ ନା ଶାସନରେ ଅବିଶ୍ୱାସ ଆଣିବ? ପ୍ରଶାସନର ଦୁଇଟି ପ୍ରମୁଖ ଅଙ୍ଗ ହେଉଛନ୍ତି ମନ୍ତ୍ରୀ ଓ ସଚିବ। ଅର୍ଥାତ୍‍ ଲୋକପ୍ରତିନିଧି ଏବଂ ସରକାରୀ ବାବୁ। ଶାସନ ବ୍ୟବସ୍ଥାକୁ ଯଦି ଇଞ୍ଜିନ୍‍ ଭାବେ ଗ୍ରହଣ କରାଯାଏ, ତେବେ ଏ ଦୁଇ ବ୍ୟବସ୍ଥା ଭିତରେ ସନ୍ତୁଳନ ରହିଲେ ହିଁ ସରକାର ଯାହା ଚାହିଁବେ ତାହା ବାସ୍ତବରେ ରୂପାୟନ ହୋଇପାରିବ। କେତେବଳେ…

Read More