Author: Purva Paksha

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ବଜେଟ ଅଭିଭାଷଣରେ ଗୋଟିଏ ନୂଆ ଏଆଇ ଭିତ୍ତିକ ଉପକରଣ ଭାରତ ବିସ୍ତାର ସମ୍ପର୍କରେ ଘୋଷଣା କରିଛନ୍ତି। ଚାଷୀଙ୍କ ପାଇଁ ଏହି ଏଆଇ ଭିତ୍ତିକ ଉପକରଣ ଘୋଷଣା କରାଯାଇଛି। ଏହାଦ୍ୱାରା ଚାଷ କାମ ଅଧିକ ସହଜ ଓ ଅଧିକ ସଂଗଠିତ ହୋଇପାରିବ ବୋଲି ସରକାର ଆଶା ରଖିଛନ୍ତି।  ଏଆଇ ଭିତ୍ତିକ ଉପକରଣ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି, “ଭାରତ ବିସ୍ତାର ହେଉଛି ଗୋଟିଏ ଭର୍ଚୁଆଲ ଇଣ୍ଟିଗ୍ରେଡେଟ ବ୍ୟବସ୍ଥା। କୃଷିଜାତୀୟ ସମ୍ପଦ ସହ ଏହା ଜଡ଼ିତ। ମୁଁ ବହୁଭାଷୀୟ ଏଆଇ ଉପକରଣ ଭାରତ ବିସ୍ତାର ଲଞ୍ଚର ପ୍ରସ୍ତାବ ଦେଉଛି। ଏହା କୃଷି ଜାତୀୟ ପୋର୍ଟାଲ ସହ ଯୋଡ଼ି ହୋଇ ରହିବ। ଏହା ଚାଷୀଙ୍କୁ ପରାମର୍ଶ ଦେବା ସହ ବିଭିନ୍ନ ଚାଷ ସମ୍ପର୍କରେ ସୂଚନା ଦେବାରେ ସହାୟକ ହେବ। ସେହିପରି ଚାଷ ଜନିତ କ୍ଷତିକୁ ହ୍ରାସ କରିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ।” …

Read More