Author: Purva Paksha

୧୯୮୮ରେ ରାଜୀବ ଗାନ୍ଧୀ ଏହି ନିଷେଧାଦେଶ ଜାରି କରିଥିଲେ ନିଷେଧାଦେଶ ବିଜ୍ଞପ୍ତି ହଜିଯାଇଛି ୧୯୮୮ମସିହାରେ ସଲମାନ ରୁଶ୍‍ଦିଙ୍କ ବିବାଦୀୟ ପୁସ୍ତକ ‘ଦ ସାଟାନିକ୍‍ ଭର୍ସେସ୍‍’ର ଆମଦାନୀ ଉପରେ ଲାଗିଥିବା କଟକଣାକୁ ଦିଲ୍ଲୀ ହାଇକୋର୍ଟ ହଟାଇ ଦେଇଛନ୍ତି। ଅଦାଲତ କହିଛନ୍ତି ଯେ କର୍ତ୍ତୃପକ୍ଷ ନିଷେଧାଦେଶ ଲାଗୁ କରିଥିବା ବିଜ୍ଞପ୍ତି ଉପସ୍ଥାପନ କରିପାରିବେ ନାହିଁ, ତେଣୁ ଏହାର ଅସ୍ତିତ୍ୱ ନାହିଁ ବୋଲି ଭାବିବା ଉଚିତ। ଜଷ୍ଟିସ ରେଖା ପଲ୍ଲୀ ଏବଂ ଜଷ୍ଟିସ ସୌରଭ ବାନାର୍ଜୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ୨୦୧୯ରେ ସନ୍ଦୀପନ ଖାନ୍ ନାମକ ଜଣେ ବ୍ୟକ୍ତି ପୁସ୍ତକ ଆମଦାନୀକୁ ନେଇ ପିଟିସନ୍ ଦାଖଲ କରିଥିଲେ। ସନ୍ଦୀପନ୍‍ କହିଛନ୍ତି ଯେ ସେ ‘ଦ ସାଟାନିକ୍‍ ଭର୍ସେସ୍‍’ ପୁସ୍ତକର ମଗାଇଥିଲେ, କିନ୍ତୁ ୩୬ ବର୍ଷ ପୂର୍ବେ ସୀମା ଶୁଳ୍କ ବିଭାଗଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ଯୋଗୁଁ ପୁସ୍ତକ ଆମଦାନୀ ହୋଇପାରିନଥିଲା। ତେବେ ଏହି ବିଜ୍ଞପ୍ତି କୌଣସି ସରକାରୀ ୱେବସାଇଟରେ ଉପଲବ୍ଧ ନ…

Read More