Author: Purva Paksha

ରାଜ୍ୟରେ ଜେଏସ୍‍ଡବ୍ଳ୍ୟୁ-ପସ୍କୋ ଷ୍ଟିଲ୍‍ ପାଣ୍ଟ୍‍ କେଉଁଠି ହେବ ତାକୁ ନେଇ ଏବେ ଭାଜପା ନେତାମାନଙ୍କ ବୟାନରେ ବିସଙ୍ଗତି ଆରମ୍ଭ ହୋଇଗଲାଣି। ଜେଏସ୍‍ଡବ୍ଳ୍ୟୁ-ପସ୍କୋ ଷ୍ଟିଲ୍‍ ପାଣ୍ଟ୍‍ କେନ୍ଦୁଝରରେ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ୧ ତାରିଖରେ ଘୋଷଣା କରିଛନ୍ତି। ଏଥିପାଇଁ କେନ୍ଦୁଝର ଜିଲ୍ଲାର ତରମାକାନ୍ତ ଚା’ ବଗିଚା ଜମି ଓ ପାଟଣା ବ୍ଳକରେ ପୂର୍ବରୁ ଆର୍ସେଲର ମିତ୍ତଲ କମ୍ପାନୀ ପାଇଁ ଥିବା ଜମି ଚିହ୍ନଟ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଘୋଷଣାର ଠିକ୍‍ ୭ମ ଦିନରେ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ ସୂଚନା ଦେଇ କହିଛନ୍ତି ଯେ, ଜେଏସ୍‍ଡବ୍ଳ୍ୟୁ-ପସ୍କୋ ଷ୍ଟିଲ୍‍ ପାଣ୍ଟ୍‍ ଜଗତସିଂହପୁରରେ ହେବ। ସେ କହିଛନ୍ତି ଯେ, ଜେଏସଡବ୍ଲ୍ୟୁ ପୋସ୍କୋ ସହଯୋଗରେ ଢିଙ୍କିଆରେ ୬୫,୦ କୋଟି ଟଙ୍କାର ଇସ୍ପାତ କାରଖାନା ସ୍ଥାପନ କରିବ। ମୁମ୍ବାଇରେ ଏହି ପ୍ରକଳ୍ପ ପାଇଁ ଦୁଇ କମ୍ପାନୀ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇସାରିଛି। ସଜ୍ଜନ ଜିନ୍ଦଲଙ୍କ ନେତୃତ୍ୱାଧୀନ…

Read More