Author: Purva Paksha

ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ନଭେମ୍ବର ୧୦ରେ ଅବସର ଗ୍ରହଣ କରୁଛନ୍ତି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଦ୍ୱାରା ନିର୍ମିତ ଜଣେ ଓକିଲଙ୍କୁ ଗୁରୁବାର ଦିନ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ପ୍ରଶ୍ନ କରିଥିଲେ। ଏଆଇ ଓକିଲ କୋର୍ଟରେ ପ୍ରକୃତ ଓକିଲଙ୍କ ଭଳି ସମାନ ଢଙ୍ଗରେ ଏହାର ଉତ୍ତର ଦେଇଥିଲେ। ସୁପ୍ରିମକୋର୍ଟରେ ନ୍ୟାସନାଲ ଜୁଡିସିଆଲ ମ୍ୟୁଜିୟମ୍ ଆଣ୍ଡ ଆର୍କାଇଭ୍ ଉଦ୍‍ଘାଟନ ଅବସରରେ ପ୍ରଧାନ ବିଚାରପତି ଏଆଇ ଓକିଲଙ୍କୁ ପଚାରିଥିଲେ- ଭାରତରେ ମୃତ୍ୟୁଦଣ୍ଡ ସାମ୍ବିଧାନିକ କି? ଏହାର ଜବାବରେ ଏଆଇ ଓକିଲ ଓକିଲଙ୍କ ପୋଷାକ ପିନ୍ଧି ପ୍ରଥମେ ଦୁଇ ହାତରେ ରଖି ଆଙ୍ଗୁଠି ଚଳାଇ କିଛି ଚିନ୍ତା କରିଥିଲେ। ଏହାପରେ ଉଭୟ ହାତ ଖୋଲାଯାଇ ଜେରା ଢଙ୍ଗରେ ଉତ୍ତର ଦେଇଥିଲେ, ହଁ, ଭାରତରେ ମୃତ୍ୟୁଦଣ୍ଡ ସାମ୍ବିଧାନିକ, କିନ୍ତୁ ଏହା ସୁପ୍ରିମକୋର୍ଟଙ୍କ ଦ୍ୱାରା ନିର୍ଦ୍ଧାରିତ ଖୁବ୍ କମ୍ ମାମଲା ପାଇଁ ସଂରକ୍ଷିତ ରହିଛି। ଜଘନ୍ୟ ଅପରାଧ ମାମଲାରେ ଏଭଳି ଦଣ୍ଡର ବ୍ୟବସ୍ଥା ରହିଛି। ଏଆଇ ଓକିଲଙ୍କ ଏଭଳି…

Read More