Author: Purva Paksha

କନ୍ଧମାଳ ଜିଲ୍ଲାରେ ଆମ୍ବ ଟାକୁଆ ଜାଉ ଖାଇଥିବା ଦୁଇଜଣ ମହିଳାଙ୍କ ମୃତ୍ୟୁ ହେପାଟାଇଟିସ୍ ହେତୁ ହୋଇଥାଇପାରେ ବୋଲି ଓଡ଼ିଶା ସରକାର କହିଛନ୍ତି। ଗତ ଗୁରୁବାର ଦିନ ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ମଣ୍ଡିପଙ୍କା ଗ୍ରାମର ରୁନି ମାଝୀ (୩୦) ଓ ରାଣୀତା ପଟାମାଝୀ (୨୮)ଙ୍କ ଆମ୍ବ ଟାକୁଆରେ ତିଆରି ଜାଉ ଖାଇ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୬ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, ଶବ ବ୍ୟବଚ୍ଛେଦ ଓ ଖାଦ୍ୟ ନମୁନା ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଇଥିଲେ ହେଁ କଟକ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିବା ଅନ୍ୟ ଦୁଇଜଣ ରୋଗୀ ଫଙ୍ଗଲ ସଂକ୍ରମଣ ଯୋଗୁଁ ପଲମୋନାରୀ ହେପାଟିକ୍ ଫେଲ୍ ହୋଇଥିବା ଜଣାପଡ଼ିଛି। ମଲ୍ଟି ଅର୍ଗାନ ଫେଲୁଅର ପାଇଁ ସେମାନଙ୍କୁ ଚିକିତ୍ସା କରାଯାଉଛି। ସେଥିପାଇଁ ଫୁଲମିନାଣ୍ଟ ହେପାଟାଇଟିସ୍ କାରଣରୁ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଡାକ୍ତର ମିଶ୍ର କହିଛନ୍ତି ଯେ ଫୁଲମିନାଣ୍ଟ ହେପାଟାଇଟିସ୍…

Read More