Author: Purva Paksha

Konark : ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସୂର୍ଯ୍ୟମନ୍ଦିରର ଉତ୍ତର-ପଶ୍ଚିମ କୋଣ ଓ ମନ୍ଦିରର ଦକ୍ଷିଣ-ପଶ୍ଚିମ କୋଣରେ ମେକାନିକାଲ ୱାରକିଂ ପ୍ଲାଟ୍‌ଫର୍ମ, ଆଇରନ୍‌ ଷ୍ଟ୍ରକଚର କାର୍ଯ୍ୟ ଓ ପ୍ରଥମ ପିଢକୁ ସୁରକ୍ଷିତ ଯାତାୟତ ପାଇଁ ତିଆରି ହୋଇଥିବା ଆଇରନ୍‌ ସିଡ଼ି ଯାଞ୍ଚ କରିଥିଲେ। ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି ବାହାର କରାଯିବ। ବାଲି ବାହାରିବା ପୂର୍ବରୁ ସ୍ଥିତି ଅନୁଧ୍ୟାନ ପାଇଁ ଏଏସ୍‌ଆଇ କୋର କମିଟି ପହଞ୍ଚି ଯାଞ୍ଚ କରିଛନ୍ତି। ଦୀର୍ଘ ୬ ଘଣ୍ଟା ଧରି କମିଟିର ସଦସ୍ୟମାନେ ସୂର୍ଯ୍ୟମନ୍ଦିର ସ୍ଥିତି ଯାଞ୍ଚ କରିଥିଲେ। ଯାଞ୍ଚ ପରେ ସୂର୍ଯ୍ୟମନ୍ଦିର ପରିସରରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ଗର୍ଭ ଗୃହରୁ ବାଲି କାଢ଼ିବା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହେଉଥିବା ଜଣାପଡ଼ିଛି। ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ଦୁଇବର୍ଷ ହେଲା ଆରମ୍ଭ ହୋଇଥିବା ପ୍ରକ୍ରିୟା ବିଳମ୍ବ ହେଉଥିବାବେଳେ ଶନିବାର ଏଏସ୍‌ଆଇ ଅତିରିକ୍ତ ମହାନିର୍ଦ୍ଦେଶକ ଜାନଭିଜି ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ…

Read More