Author: Purva Paksha

Justice Hansraj Khanna :ସେତେବେଳେ ଜଷ୍ଟିସ୍ ହଂସରାଜ ଖାନ୍ନା ସୁପ୍ରିମକୋର୍ଟର ସବୁଠାରୁ ବରିଷ୍ଠ ବିଚାରପତି ଥିଲେ। ତେବେ ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ନିଷ୍ପତ୍ତିକୁ ବିରୋଧ କରିବା ତାଙ୍କୁ ମହଙ୍ଗା ପଡ଼ିଥିଲା। ସଂସଦର ଶୀତକାଳୀନ ଅଧିବେଶନରେ ଶନିବାର ଲୋକସଭାରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ସମ୍ବିଧାନ ଉପରେ ଆଲୋଚନା ହୋଇଥିଲା। ଏହି ସମୟରେ କଂଗ୍ରେସ ଦଳ କେନ୍ଦ୍ର ସରକାରଙ୍କ ବିରୋଧରେ ସମ୍ବିଧାନ ବଦଳାଇବାକୁ ଚେଷ୍ଟା କରୁଥିବା ନେଇ ଗମ୍ଭୀର ଅଭିଯୋଗ ଆଣିଥିଲା। ଏହି ସମୟରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବକ୍ତବ୍ୟ ଆରମ୍ଭ କଲେ,ସେତେବେଳେ ସେ ଅତୀତରେ କଂଗ୍ରେସ କେମିତି ସମ୍ବିଧାନର ଆତ୍ମର ହତ୍ୟା କରିଛି ସେ କଥା କହିଥିଲେ । ମୋଟାମୋଟିଭାବେ ବିରୋଧୀ ଓ ଶାସକ ଦଳ ମଧ୍ୟରେ କଥା କଟାକଟିରୁ କିଏ ସମ୍ବିଧାନ ପ୍ରତି ବିଶ୍ୱସ୍ତ ତାହାର ପୋଷ୍ଟମର୍ଟମ ହୋଇଥିଲା। ଜଷ୍ଟିସ୍ ହଂସରାଜ ଖାନ୍ନାଙ୍କୁ ଉଦ୍ଦେଶ୍ୟମୂଳକଭାବେ ପ୍ରଧାନ ବିଚାରପତି ହେବାରୁ ରୋକିବା ଘଟଣାକୁ ମନେପକାଇ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ…

Read More