Author: Purva Paksha

BJP Whip: ହ୍ୱିପଯୋଗେ ସବୁ ସାଂସଦଙ୍କୁ ଉପସ୍ଥିତ ରହିବାକୁ ବାଧ୍ୟ କରିଥିଲା। ତଥାପି ଦଳର ୨୦ ଜଣ ସାଂସଦ ଆଜି ଲୋକସଭାରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ନ ଥିଲେ। ବାରମ୍ବାର ତାଗିଦ ସତ୍ତ୍ୱେ ଆଜି ଓଡ଼ିଶାରୁ ନିର୍ବାଚିତ ବିଜେପିର ତିନିଜଣ ଲୋକସଭା ସାଂସଦ ଅନୁପସ୍ଥିତ ରହିଛନ୍ତି। ଏହାଫଳରେ ମତ ବିଭାଜନରେ ବିଜେପିର ସଂଖ୍ୟା କମ୍‍ ଆସିଛି। ଏହାକୁ ନେଇ ଦଳ ପକ୍ଷରୁ ଅସନ୍ତୋଷ ପ୍ରୟକାଶ କରାଯାଇଛି। ସେମାନଙ୍କୁ ପାର୍ଟି ନୋଟିସ ପଠାଇବ ବୋଲି କେନ୍ଦ୍ରୀ ସ୍ତରରୁ ସୂଚନା ମିଳିଛି। ଆଜି ଲୋକସଭାରେ ଏକ ଦେଶ ଏକ ନିର୍ବାଚନ ସମ୍ପର୍କିତ ବିଧେୟକ ଆଗତ ହେବା ପାଇଁ ସ୍ଥିର ହୋଇଥିବାରୁ ପାର୍ଟି ପକ୍ଷରୁ ସମସ୍ତ ସାଂସଦଙ୍କୁ ଉପସ୍ଥିତ ରହିବାକୁ ହ୍ୱିପ୍‍ ଜାରି କରାଯାଇଥିଲା। କେବଳ ସେତିକି ନୁହେଁ ବିରୋଧି ଦଳ ଏହି ସମ୍ବିଧାନ ସଂଶୋଧନ ବିଧେୟକ ନେଇ ଡିଭିଜନ୍‍ ବା ବିଭାଜନ ଭୋଟ୍‍ ଦାବି କରିବାର ସମ୍ଭାବନା ଥିବାରୁ ଦଳ ତିନିଥାକିଆ ହ୍ୱିପଯୋଗେ ସବୁ…

Read More