Author: Purva Paksha

Ratna Bhandar: ପ୍ରଥମ ଦିନରେ ୧୫ରୁ ୨୦ଜଣ ଶ୍ରମିକଙ୍କ ସହ ଭଣ୍ଡାର ଗୃହକୁ ପ୍ରବେଶ କରିଥିଲେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ଟେକ୍ନିକାଲ ଟିମ୍। ବହୁ ପ୍ରତିକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ। ଏଏସ୍ଆ‍ଇ ଟିମ୍ ଆଜି ଶ୍ରମିକଙ୍କୁ ଧରି ଭାରା ବନ୍ଧା କାମରୁ ସଂରକ୍ଷଣ କାମ ଆରମ୍ଭ କରିଛି। ପୂର୍ବରୁ ସ୍ଥିରୀକୃତ ମାର୍ଗଦର୍ଶିକା ଅନୁସାରେ ପ୍ରଥମ ଦିନରେ ୧୫ରୁ ୨୦ଜଣ ଶ୍ରମିକଙ୍କ ସହ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ଟେକ୍ନିକାଲ ଟିମ୍ ରତ୍ନ ଭଣ୍ଡାର ଗୃହକୁ ପ୍ରବେଶ କରିଥିଲେ। ଏଏସ୍ଆଇ କର୍ତ୍ତୃପକ୍ଷଙ୍କ ସହ ଛତିଶା ନିଯୋଗ, ଶ୍ରୀମନ୍ଦିର ନୀତି ପ୍ରଶାସକ, ଭଣ୍ଡାର ମେକାପ, ତଢ଼ଉ କରଣ, ଦେଉଳକରଣ ଆଦିଙ୍କ ଉପସ୍ଥିତରେ ଖୋଲାଯାଇଥିଲା ମହାପ୍ରଭୁଙ୍କ ଅଳଙ୍କାର ଗୃହ। ଯେହେତୁ ଏବେ ଠାକୁରଙ୍କ ପହିଲି ଭୋଗ ନୀତି ଚାଲିଛି, ତାକୁ ଦୃଷ୍ଟିରେ ରଖି ଭୋଗ ମଣ୍ଡପ ଉଠିବା ପରେ ଦୈନିକ ୫ରୁ ୬ ଘଣ୍ଟା ଯାଏଁ ମରାମିତି କାର୍ଯ୍ୟ ଚାଲୁ ରଖିବାକୁ ଏଏସ୍ଆ‍ଇ…

Read More