Author: Purva Paksha

JPC: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍‍କୁ ଲୋକସଭାରେ ଆଗତ ପରେ ବିସ୍ତୃତ ଆଲୋଚନା ପାଇଁ ଜଏଣ୍ଟ ପାର୍ଲିଆମେଣ୍ଟାରୀ କମିଟି ବା ଜେପିସିକୁ ପଠାଯାଇଛି। ଆଜି ଲୋକସଭାରେ ଆଗତ ହୋଇଛି ବହୁ ପ୍ରତିକ୍ଷୀତ ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ଵାଲ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଏକାସାଙ୍ଗରେ ସୁନିଶ୍ଚିତ କରିବା ପାଇଁ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିଛନ୍ତି। ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍‍କୁ ୧୨୯ତମ ସମ୍ବିଧାନ ସଂଶୋଧନ ବିଲ୍ ଭାବେ ନାମିତ କରାଯାଇଛି । ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍ ପାଇଁ ଭୋଟିଂ ହୋଇଥିଲା। ଭୋଟିଂରେ ବିଲ ସପକ୍ଷରେ ୨୬୯ ଓ ବିପକ୍ଷରେ ୧୯୮ ଭୋଟ ପଡ଼ିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ପରାମର୍ଶ କ୍ରମେ ଏ ବିଲକୁ ବିସ୍ତୃତ ଆଲୋଚନା ପାଇଁ ଜଏଣ୍ଟ ପାର୍ଲିଆମେଣ୍ଟାରୀ କମିଟି ବା ଜେପିସିକୁ ପଠାଯାଇଛି। ଅନ୍ୟପଟରେ କଂଗ୍ରେସ, ସମାଜବାଦୀ ପାର୍ଟି…

Read More