Author: Purva Paksha

Pujari: ଯେଉଁ ମିଲରମାନେ ଧାନ କିଣା ନେଇ ଏଗ୍ରିମେଣ୍ଟ କରିବେ ନାହିଁ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଧାନ କିଣା ନେଇ ଏଗ୍ରିମେଣ୍ଟ କରୁନଥିବା ମିଲରଙ୍କୁ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ନାଲି ଆଖି ଦେଖାଇ କଡ଼ା ଚେତାବନୀ ଦେଇଛନ୍ତି । ଆଜି ଦିନକିଆ ନବରଙ୍ଗପୁର ଗ୍ରସ୍ତରେ ଯାଇ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ରାଜସ୍ୱ ବିଭାଗ ଓ ଧାନ କିଣା ପ୍ରକ୍ରିୟାର ସମୀକ୍ଷା ବୈଠକରେ ଏଭଳି ଚେତାବନୀ ଦେଇଛନ୍ତି ମନ୍ତ୍ରୀ। ବୈଠକ ପରେ ମନ୍ତ୍ରୀ କହିଛନ୍ତି, ଯେଉଁ ମିଲରମାନେ ଏଗ୍ରିମେଣ୍ଟ କରିବେ ନାହିଁ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଧାନ ସଂଗ୍ରହ ପ୍ରକ୍ରିୟାରେ ଯେଉଁମାନେ ଅବରୋଧ କରିବାକୁ ଚେଷ୍ଟା କରିବେ, ସେମାନେ କଳ୍ପନା କରିପାରିବେନି ସରକାର କି ପ୍ରକାର ଦଣ୍ଡଦେବେ। ଏ ସରକାର ହେଉଛି ଗରିବ ଲୋକ ଓ ଚାଷୀମାନଙ୍କର ବୋଲି ମନ୍ତ୍ରୀ କହିଛନ୍ତି। ଆଜି ଦିନିକିଆ ନବରଙ୍ଗପୁର ଗସ୍ତରେ ଯାଇଥିଲେ ରାଜସ୍ୱ ଓ…

Read More