Author: Purva Paksha

One nation one election: କେନ୍ଦ୍ର ସରକାର ଗୋଟିଏ ଦେଶ- ଗୋଟିଏ ନିର୍ବାଚନ ସମ୍ବନ୍ଧୀୟ ୧୨୯ତମ ସମ୍ବିଧାନ ସଂଶୋଧନ ବିଲ୍ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଲ୍ ଲୋକସଭାରେ ଆଗତ କରିଛନ୍ତି। ଏହି ବିଲ୍‍କୁ ଜେପିସିକୁ ପଠାଯିବ। ଯଦି ୨୦୨୬ରେ ଏହି ବିଲ୍ ପାରିତ ହୁଏ, ତେବେ ନିର୍ବାଚନ ଆୟୋଗଙ୍କୁ ୨୦୨୯ ବର୍ଷ ପାଇଁ ପ୍ରସ୍ତୁତି କରିବାକୁ ପଡ଼ିବ। ତେବେ ବିଶେଷଜ୍ଞଙ୍କ ମତରେ ଗୋଟିଏ ଦେଶ- ଗୋଟିଏ ନିର୍ବାଚନ ସମ୍ପୂର୍ଣ୍ଣରୂପେ କାର୍ଯ୍ୟକାରୀ ହେବାକୁ ୨୦୩୪ ପର୍ଯ୍ୟନ୍ତ ସମୟ ଲାଗିପାରେ। ‘ଗୋଟିଏ ଦେଶ-ଗୋଟିଏ ନିର୍ବାଚନ’ ଆଭିମୁଖ୍ୟଠାରୁ ଗୋଟିଏ ପାଦ ଆଗକୁ ଯାଇ ବିରୋଧୀ ଦଳଗୁଡ଼ିକର ତୀବ୍ର ବିରୋଧ ମଧ୍ୟରେ ସରକାର ମଙ୍ଗଳବାର ଲୋକସଭାରେ ସମ୍ବିଧାନ (୧୨୯ତମ) ସଂଶୋଧନ ବିଲ୍ ଏବଂ ଅନ୍ୟ ଏକ ସମ୍ବନ୍ଧୀୟ ବିଲ୍ ଆଗତ କରିଛନ୍ତି। ଏହାପରେ ବିରୋଧୀ ଏହି ବିଲ୍‍କୁ ଏକଛତ୍ରବାଦୀ ବୋଲି କହିବା ସହ ଏହି ବିଲ୍‍କୁ ଯୁଗ୍ମ ସଂସଦୀୟ କମିଟି (ଜେପିସି)କୁ ପଠାଇବାକୁ ଦାବି…

Read More