Author: Purva Paksha

କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଡିସେମ୍ବର ୧୮ ତାରିଖ ଦିନ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୟନ ହୋଇଥିବା ୨୧ଟି ବିଭିନ୍ନ ଭାଷାର ଲେଖକଙ୍କ ନାମ ଘୋଷଣା କରାଯାଇଛି। ଓଡ଼ିଶାରୁ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ବୈଷ୍ଣବ ଚରଣ ସାମଲ ତାଙ୍କର ପ୍ରବନ୍ଧ-ପୁସ୍ତକ ‘ଭୂତି ଭକ୍ତି ବିଭୂତି’ ପାଇଁ ଚଳିତ ବର୍ଷର ଏହି ପୁରସ୍କାର ପାଇବେ। ଓଡ଼ିଆ ବିଭାଗର ପୁରସ୍କାର ମନୋନୟନ ପାଇଁ ଦେବଦାସ ଛୋଟରାୟ, ଶାନ୍ତନୁ କୁମାର ଆଚାର୍ଯ୍ୟ ଓ ପାରମିତା ଶତପଥୀଙ୍କୁ ନେଇ ଗଠନ କରାଯାଇଥିବା ଏକ ତିନିଜଣିଆ ବିଚାରକମଣ୍ଡଳିର ସୁପାରିଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ପୁରସ୍କାର ପାଇଥିବା ବିଷୟ ଜାଣିବା ପରେ ‘ସାହିତ୍ୟ ଚର୍ଚ୍ଚା’କୁ ନିଜର ପ୍ରତିକ୍ରିୟା ଦେଇ ପ୍ରଫେସର ସାମଲ କହିଛନ୍ତି, “୮୭ ବର୍ଷର ବୁଢ଼ା ହେବାପରେ ଏହି ପୁରସ୍କାର ପାଇଲି। ଆଜି ଏହା ଘୋଷିତ ହେବା ପରେ ଶୁଭେଚ୍ଛୁମାନଙ୍କଠାରୁ ପ୍ରାୟ ୫୦୦ ଫୋନ୍ ପାଇଲିଣି। ପାଠକମାନଙ୍କର ଏହି ଭଲପାଇବା ମୋତେ ଅଭିଭୂତ କରିଛି।”…

Read More