Author: Purva Paksha

Bhartuhari Mahatab :ଏକ ଦେଶ ଏକ ନିର୍ବାଚନ ସମ୍ପର୍କିତ ଯୁଗ୍ମ ସଂସଦୀୟ କମିଟିର ଅଧ୍ୟକ୍ଷ ଭାବରେ ବିଜେପିର କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ନାମ ଘୋଷଣା ହୋଇଛି। ସମ୍ବିଧାନର ୧୨୯ତମ ସଂଶୋଧନ ଲାଗି ଏହି କମିଟି ଉଦ୍ଦିଷ୍ଟ ହେବ। ଆଜି ସଂସଦର ଶୀତକାଳୀନ ଅଧିବେଶର ଶେଷ ଦିନ। ପୂର୍ବ ନିର୍ଦ୍ଧାରଣ ଅନୁସାରେ ଆଜି ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରିପାରନ୍ତି। ହେଲେ ଏହା ପୂର୍ବରୁ ବକେୟା ରହିଥିବା କାର୍ଯ୍ୟକ୍ରମ ଅନୁସାରେ ଘୋଷଣା ହୋଇଛି ଏକ ଦେଶ ଏକ ନିର୍ବାଚନ ସମ୍ପର୍କିତ ଯୁଗ୍ମ ସଂସଦୀୟ କମିଟି। କମିଟିର ଅଧ୍ୟକ୍ଷ ଭାବରେ ବିଜେପିର କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ନାମ ଘୋଷଣା ହୋଇଛି। ସମ୍ବିଧାନର ୧୨୯ତମ ସଂଶୋଧନ ଲାଗି ଏହି କମିଟି ଉଦ୍ଦିଷ୍ଟ ହେବ। ଲୋକସଭାର ସଂଶୋଧିତ କାର୍ଯ୍ୟସୂଚୀ ଅନୁସାରେ ଏହି କମିଟିରେ ରହିବେ ୩୯ ଜଣ ସଦସ୍ୟ। ୨୭ ଜଣ ଲୋକସଭାର ସଦସ୍ୟ ହୋଇଥିବାବେଳେ ୧୨ ଜଣ ରାଜ୍ୟସଭାରୁ ମନୋନୀତ…

Read More