Author: Purva Paksha

ORSAC : କଟକ ଜିଲ୍ଲାର ୧୫ଟି ତହସିଲ ଅଧୀନରେ ଥିବା ୧୮୫୦ଟି ରାଜସ୍ୱ ଗ୍ରାମରେ ଥିବା ପ୍ଲଟଗୁଡ଼ିକର ଭୌତିକ ଯାଞ୍ଚ ପାଇଁ ୩୯୩ ଜଣ ସର୍ବେକ୍ଷକଙ୍କୁ ନିୟୋଜିତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ୨୧୩ଟି ପ୍ରାଥମିକ କୃଷି ସମବାୟ ସମିତିରେ ପ୍ରାୟ ୬୬ ହଜାର ଚାଷୀ ଅନଲାଇନରେ ନାମ ପଞ୍ଜୀକରଣ କରିଛନ୍ତି। ଓଡ଼ିଶା ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର (ଓଆର୍ଏସ୍ଏସି)ଦ୍ୱାରା କରାଯାଇଥିବା ସାଟେଲାଇଟ୍ ସର୍ଭେରୁ କଟକ ଜିଲ୍ଲାରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍‍ପି)ରେ ଖରିଫ ଧାନ ବିକ୍ରି ପାଇଁ ଚାଷୀଙ୍କ ଦ୍ୱାରା ପଞ୍ଜୀକୃତ ହୋଇଥିବା ୧,୪୪,୭୩୪ ସନ୍ଦେହଜନକ ପ୍ଲଟ୍ ଠାବ କରାଯାଇଛି। ଏଭଳି ପ୍ଲଟ୍ ଠାବ ହେବା ପରେ ସମବାୟ ବିଭାଗ ପକ୍ଷରୁ ଏହାର ଫିଜିକାଲ ଭେରିଫିକେସନ୍ ପାଇଁ ପଦକ୍ଷେପ ନିଆଯାଇଛି। ତେଣୁ ଏଠାରେ ପ୍ରଶ୍ନ ଉଠୁଛି ଯଦି କଟକ ଜିଲ୍ଲାରେ ଏତେ ସଂଖ୍ୟକ ସନ୍ଦେହଜନକ ପ୍ଲଟ୍ ଠାବ କରାଯାଇଛି ତେବେ ସାରା ରାଜ୍ୟରେ କେତେ ଏଭଳି ସନ୍ଦେହଜନକ ପ୍ଲଟ ରହିଛି ତାହା…

Read More