Author: Purva Paksha

ଭାରତୀୟ ପୁଞ୍ଜି ବଜାର ବିଦେଶୀ ନିବେଶକଙ୍କ ପସନ୍ଦ ପାଲଟିଛି। ଚଳିତ ମାସ ଡିସେମ୍ବରରେ ଏପର୍ଯ୍ୟନ୍ତ ବିଦେଶୀ ନିବେଶକମାନେ ଭାରତୀୟ ପୁଞ୍ଜି ବଜାରରେ ୨୬ ହଜାର କୋଟିରୁ ଅଧିକ ଟଙ୍କା ନିବେଶ କରିଛନ୍ତି। ତଥ୍ୟ ଅନୁଯାୟୀ, ବିଦେଶୀ ପୋର୍ଟଫୋଲିଓ ନିବେଶକ ବା ଏଫ୍ଆ‍ପିଇ ଭାରତୀୟ ଇକ୍ୱିଟି ବଜାରରେ ୨୧ ହଜାର ୭୮୯ କୋଟି ଟଙ୍କା ଏବଂ ଋଣ ବଜାରରେ ୪ ହଜାର ୬୪୬ କୋଟି ଟଙ୍କା ପୁଞ୍ଜି ନିବେଶ କରିଥିବାରୁ ଭାରତୀୟ ପୁଞ୍ଜି ବଜାରରେ ମୋଟ ନିଟ୍ ନିବେଶ ୨୬ ହଜାର ୪୩୫ କୋଟି ଟଙ୍କାରେ ପହଞ୍ଚିଛି। ଅନ୍ୟ ପକ୍ଷରେ ବିଦେଶୀ ନିବେଶକମାନେ ଗତ ନଭେମ୍ବର ମାସରେ ଇକ୍ୱିଟି ବଜାରରୁ ୨୧ ହଜାର ୬୧୨ କୋଟି ଟଙ୍କା ଏବଂ ଅକ୍ଟୋବରରେ ୯୪ ହଜାର୧୭ କୋଟି ଟଙ୍କା ପ୍ରତ୍ୟାହାର କରିନେଇଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ସେପ୍ଟେମ୍ବରରେ ୫୭ ହଜାର ୭୨୪ କୋଟି ଟଙ୍କାର ପୁଞ୍ଜିନିବେଶ ସହ ଇକ୍ୱିଟିରେ ଏଫପିଆଇ ପ୍ରବାହ ୯ ମାସର ସର୍ବୋଚ୍ଚ…

Read More