What's Hot
Author: Purva Paksha
ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସ ପରେଡରେ ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢ଼ ଭାଗ ନେବାକୁ ମନୋନୀତ ହୋଇଛନ୍ତି। ୨୦୨୫ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ପରେଡ ପାଇଁ ମନୋନୀତ ହୋଇଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଜ୍ଞାପନ ମେଢଗୁଡ଼ିକ ହେଲା ବିହାର, ଚଣ୍ଡିଗଡ, ଆନ୍ଧ୍ରପ୍ରଦେଶ, ଗୋଆ, ଝାଡଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୁଜରାଟ, ତ୍ରିପୁରା, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ହରିୟାଣା ଏବଂ ଦାଦ୍ରା, ନଗର ହାବେଳି ଓ ଡାମନ ଡିୟୁ। ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପରେଡ଼ରେ ସାମିଲ ହେବାକୁ ମନୋନୀତ ହୋଇପାରିନାହିଁ। ଏପରିକି ଦିଲ୍ଲୀ ସରକାରଙ୍କ ପ୍ରଜ୍ଞାପନ ମେଢ଼ ମଧ୍ୟ ଏହି ମନୋନୟନରୁ ବାଦ୍ ପଡ଼ିଛି। ସାଧାରଣତନ୍ତ୍ର ଦିବସ ପରେଡ଼ରୁ ପ୍ରଜ୍ଞାପନ ମେଢ଼ ବାଦ୍ ପଡ଼ିିବାକୁ ନେଇ ଅନେକ ସମୟରେ ବିଭିନ୍ନ ରାଜ୍ୟ ସରକାର ଅସନ୍ତୋଷ ବ୍ୟକ୍ତ କରିଆସୁଛନ୍ତି। ତେବେ ଏହି ମନୋନୟନ ପ୍ରକ୍ରିୟା ଅତ୍ୟନ୍ତ ସ୍ୱଚ୍ଛଭାବେ କରାଯାଉଥିବା ଜଣେ ଅଧିକାରୀ କହିଛନ୍ତି। ୨୦୨୨ରେ ପଶ୍ଚିମବଙ୍ଗ ଓ ତାମିଲନାଡୁ…
