Author: Purva Paksha

HCES: ବାସ୍ତବରେ ସହରାଞ୍ଚଳରେ ମାସିକ ମୁଣ୍ଡପିଛା ବ୍ୟବହାର ମାତ୍ର ୧.୩ ଗୁଣ ଓ ଗ୍ରାମାଞ୍ଚଳରେ ୧.୪ ଗୁଣ ବୃଦ୍ଧି ପାଇଛି। ଘରୋଇ ଉପଭୋକ୍ତା ବ୍ୟୟ ସର୍ବେକ୍ଷଣ ୨୦୨୨-୨୩ ଅନୁଯାୟୀ ଦେଶର ଗରିବ ୫ ପ୍ରତିଶତ ଲୋକ ଗ୍ରାମାଞ୍ଚଳରେ ବ୍ୟକ୍ତି ପିଛା ମାତ୍ର ୪୬ ଟଙ୍କା ଏବଂ ସହରାଞ୍ଚଳରେ ୬୭ ଟଙ୍କା ଦୈନିକ ବ୍ୟବହାର କରି ଜୀବିକା ନିର୍ବାହ କରନ୍ତି। ଏକ ଦଶନ୍ଧି ରୁ ଅଧିକ ସମୟ ପରେ ହୋଇଥିବା ଏହି ସର୍ବେକ୍ଷଣରେ ନିମ୍ନ ୫% ଏବଂ ଶୀର୍ଷ ୫% ମଧ୍ୟରେ ବ୍ୟବହାରରେ ବଡ଼ ବ୍ୟବଧାନ ମଧ୍ୟ ଦର୍ଶାଯାଇଛି। ଗ୍ରାମାଞ୍ଚଳରେ ୫% ଧନୀ ଲୋକଙ୍କ ମୁଣ୍ଡପିଛା ଦୈନିକ ବ୍ୟବହାର ୩୫୦ ଟଙ୍କା ଏବଂ ସହରାଞ୍ଚଳରେ ୭୦୦ ଟଙ୍କା ରହିଛି। ସର୍ଭେ ଅନୁଯାୟୀ, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମୁଣ୍ଡପିଛା ହାରାହାରି ମାସିକ ବ୍ୟବହାର (ବର୍ତ୍ତମାନର ମୂଲ୍ୟରେ) ଯଥାକ୍ରମେ ୩,୭୭୩ ଟଙ୍କା ଏବଂ ୬,୪୫୯ ଟଙ୍କା ଥିଲା- ଯାହା କି ୨୦୧୧-୧୨ରେ ରେକର୍ଡ କରାଯାଇଥିବା ମାସିକ…

Read More