Author: Purva Paksha

Indian railway: ସ୍ୱଚ୍ଛତା ଦିଗରେ ରେଳ ମନ୍ତ୍ରାଳୟ ଏକ ବଡ଼ ପଦକ୍ଷେପ ନେଇଛି। ଏବେ ଟ୍ରେନର ଏସି କୋଚରେ ବ୍ୟବହୃତ କମ୍ବଳକୁ ଏକ ମାସ ପରିବର୍ତ୍ତେ ୧୫ ଦିନରେ ଧୋଇ ଦିଆଯିବ। ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏହା ଅଧୀନରେ ଏବେ ଟ୍ରେନର ଏସି କୋଚରେ ବ୍ୟବହୃତ ବେଡ୍ ସିଟ୍ ଏବଂ ତକିଆ କଭର ସଫା କରିବା ଉପରେ ବିଶେଷ ଧ୍ୟାନ ଦିଆଯିବ। ଏହାବ୍ୟତୀତ ମାସକୁ ଥରେ ପରିବର୍ତ୍ତେ ପ୍ରତି ୧୫ ଦିନରେ କମ୍ବଳ ଧୂଆଯିବ। ରେଳବାଇ ମଧ୍ୟ ଏ ଦିଗରେ କାମ ଆରମ୍ଭ କରିଛି। ଏହି ନିଷ୍ପତ୍ତିକୁ କାର୍ୟ୍ୟକାରୀ କରିବା ପାଇଁ ରେଳ ମନ୍ତ୍ରାଳୟ ଗୌହାଟୀରେ ରେଲୱେ ଲଣ୍ଡ୍ରିରେ କାମ ଆରମ୍ଭ କରିଛି। ଏହି ନିଷ୍ପତ୍ତି ପରେ ଏବେ ଯାତ୍ରୀମାନେ ସ୍ୱଚ୍ଛତା କ୍ଷେତ୍ରରେ ଉନ୍ନତ ଅନୁଭୂତି ପାଇବେ ବୋଲି ଆଶା କରାଯାଉଛି। କମ୍ବଳ ୮୦-୯୦ ଡିଗ୍ରୀ ତାପମାତ୍ରାରେ ଧୋଇ ଦିଆଯାଏ ଗୌହାଟୀ ରେଳବାଇର…

Read More