Author: Purva Paksha

ଗୁରୁବାର ଓ ଶୁକ୍ରବାର ମଧ୍ୟରାତ୍ରିରେ ମିଳିତ ଆନ୍ତଃରାଜ୍ୟ ଅପରେସନବେଳେ ଓଡ଼ିଶାର ନୂଆପଡ଼ା ଜିଲ୍ଲା ଓ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି। ସୋରନାମାଲ୍ ଜଙ୍ଗଲରେ ମାଓବାଦୀ ଥିବା ସୂଚନା ମିଳିଥିଲା। ଏହା ପରେ ଛତିଶଗଡ଼ ଓ ଓଡ଼ିଶାର ମିଳିତ ଅଭିଯାନ ଆରମ୍ଭ ହୋଇଥିଲା। ଏଥିରେ ଛତିଶଗଡ଼ର ଇ-୩୦ ଫୋର୍ସ, ୟଙ୍ଗ ପ୍ଲାଟୁନ, ସିଆରପିଏଫ ଓ ନୂଆପଡ଼ାର ଏସଓଜି ସାମିଲ ଥିଲେ। ଅପରେସନାଲ ଟିମ୍ ପୂର୍ବାହ୍ନ ପ୍ରାୟ ୧୧ଟାବେଳେ ଆତଙ୍ଗ ଜଙ୍ଗଲରେ ମାଓବାଦୀଙ୍କ ସହ ଗୁଳି ବିନିମୟ କରିଥିଲେ। ବର୍ତ୍ତମାନ ସୁଦ୍ଧା ୩ଟି ମାଓବାଦୀଙ୍କ ମୃତଦେହ ଓ ୫ଟି ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି ବୋଲି ଗରିଆବନ୍ଦ ଏସପି ନିଖିଲ ଅଶୋକ କୁମାର ରଖେଚା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆଜି ସକାଳେ ସର୍ଚ୍ଚ ଅପରେସନ ବେଳେ ନକ୍ସଲଙ୍କ ସହିତ ସୁରକ୍ଷାକର୍ମୀଙ୍କର ମୁହାଁମୁହିଁ ହୋଇଥିଲା। ଅନେକ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ସୁରକ୍ଷାକର୍ମୀଙ୍କ…

Read More