Author: Purva Paksha

PM Modi Delhi Rally: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିଲ୍ଲୀବାସୀଙ୍କ ପାଇଁ ୪,୫୦୦ କୋଟି ଟଙ୍କାର ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ବସ୍ତିବାସିନ୍ଦାଙ୍କ ପାଇଁ ନିର୍ମିତ ୧୬୭୫ଟି ଫ୍ଲାଟକୁ ସେ ଉଦ୍‍ଘାଟନ କରିଥିଲେ। ଦିଲ୍ଲୀରେ ୪,୫୦୦ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ। ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ସରକାରଉପରେ ବର୍ଷିଛନ୍ତି। ଆମ୍ ଆଦମୀ ପାର୍ଟି ସରକାରକୁ ବିପର୍ଯ୍ୟୟ ବୋଲି କହୁଛନ୍ତି ମୋଦୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିଲ୍ଲୀବାସୀଙ୍କ ପାଇଁ ୪,୫୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଦିଲ୍ଲୀର ଅଶୋକ ବିହାରସ୍ଥିତ ସ୍ୱାଭିମାନ ଆପାର୍ଟମେଣ୍ଟରେ ବସ୍ତି ଥଇଥାନ ପ୍ରକଳ୍ପ ଅଧୀନରେ ସେ ‘ସମସ୍ତଙ୍କ ପାଇଁ ଘର’ ପ୍ରତିଶ୍ରୁତି ଅନୁଯାୟୀ ବସ୍ତିବାସିନ୍ଦାଙ୍କୁ ଫ୍ଲାଟ୍‍ର ଚାବି ହସ୍ତାନ୍ତର କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ସେ କହିଛନ୍ତି ଯେ ଗତ ୧୦ ବର୍ଷ…

Read More