Author: Purva Paksha

ନୟାଗଡ଼ ଜଙ୍ଗଲରେ ଏକ ବିରଳ କଲରାପତରିଆ ବାଘ ଦେଖିବାକୁ ମିଳିଛି। ଚିତାବାଘ ଦେଖିବା ଏହି ଅଞ୍ଚଳର ଅବିଶ୍ୱସନୀୟ ଜୈବ ବିବିଧତାକୁ ପ୍ରତିଫଳିତ କରୁଛି ବୋଲି ଦର୍ଶାଇ ପିସିଏଫ୍ (ବନ୍ୟପ୍ରାଣୀ) ପ୍ରେମ କୁମାର ଝା ଏକ୍ସରେ ଏହାର ଏକ ଭିଡିଓ ସେୟାର କରିଛନ୍ତି। ଏହି ‘ବ୍ଲାକ୍ ପାନ୍ଥର୍’ ଇକୋସିଷ୍ଟମ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ- ସେମାନଙ୍କ ବାସସ୍ଥାନର ସୁରକ୍ଷା ଏକ ସମୃଦ୍ଧ ବନ୍ୟପ୍ରାଣୀ ଐତିହ୍ୟସୁନିଶ୍ଚିତ କରେ। ନୟାଗଡ଼ ଡିଏଫଓ କ୍ଷମା ଷଡ଼ଙ୍ଗୀ ସଇଦ କହିଛନ୍ତି, ନୟାଗଡ଼ ଓ ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳରେ ଟ୍ରାପ୍ କ୍ୟାମେରାରେ ୪ଟି  କଳା ଚିତାବାଘ ଦେଖିବାକୁ ମିଳିଛି। ମାଇ ବାଘ ନୟାଗଡ଼ ରେଞ୍ଜରେ ଥିବାବେଳେ ପୁରୁଷ ବାଘ ମହାନଦୀ ଅଞ୍ଚଳରେ ଅଛନ୍ତି। ଗତବର୍ଷ ସେମାନେ ଦୁଇଟି ଛୁଆ ଜନ୍ମ ଦେଇଥିଲେ, ସେଥିମଧ୍ୟରୁ ଗୋଟିଏ ଛୁଆ କଳାବାଘ ଥିଲା। ସେମାନେ ଚଳିତ ବର୍ଷ କିଛି ଛୁଆ ଜନ୍ମ ଦେଇଛନ୍ତି ଏବଂ ଡାଇନିଙ୍କ ଆଧାରରେ ଆମେ କହିପାରିବା ଯେ ଏହି ଅଞ୍ଚଳରେ କଳା…

Read More