Author: Purva Paksha

ପଶ୍ଚିମବଙ୍ଗରୁ ଓଡ଼ିଶା କୁ ଅଣାଯାଇଥିବା ବାଘୁଣୀ ଜିନତକୁ ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ (ଏସଟିଆର)ର କୋର ଏରିଆରେ ଛାଡ଼ି ଦିଆଯାଇଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ଗଣମାଧ୍ୟମକୁ କହିଛନ୍ତି ଯେ ୩ ବର୍ଷର ବାଘୁଣୀକୁ ଏସ୍ଟିଆରର କୋରରେ ଛାଡ଼ି ଦିଆଯାଇଛି ଏବଂ ବନ ବିଭାଗ ଅଧିକାରୀମାନେ ରେଡିଓ କଲାର ମାଧ୍ୟମରେ ତା ଉପରେ ନିରନ୍ତର ନଜର ରଖିଛନ୍ତି। ପ୍ରଥମେ ଜିନତକୁ ଶିମିଳିପାଳର ଚହଲା ରେଞ୍ଜରେ ଛାଡ଼ିବା ପରେ ବ୍ୟାଘ୍ର ଅଭୟାରଣ୍ୟର ଦକ୍ଷିଣ ଭାଗରେ ଥିବା ଜେନାବିଲ ରେଞ୍ଜକୁ ସ୍ଥାନାନ୍ତର କରାଯାଇଛି ବୋଲି ଖୁଣ୍ଟିଆ କହିଛନ୍ତି। ଜିନତ ଡିସେମ୍ବର ୮ରେ ଏସଟିଆର ଛାଡି ତିନିଟି ରାଜ୍ୟ ଦେଇ ୩୦୦ କିଲୋମିଟରରୁ ଅଧିକ ଯାତ୍ରା କରି ପଶ୍ଚିମବଙ୍ଗରେ ପହଞ୍ଚିଥିଲା। ଦୀର୍ଘ ୨୧ ଦିନର ନିରନ୍ତର ତଦାରଖ ଓ ନିରନ୍ତର ଉଦ୍ୟମ ପରେ ଗତ ଡିସେମ୍ବର ୨୯ ତାରିଖରେ ବନ ବିଭାଗ ଅଧିକାରୀମାନେ ପଡ଼ୋଶୀ ରାଜ୍ୟର ବାଙ୍କୁରା…

Read More