What's Hot
Author: Purva Paksha
Cooperative Bank: ୧୭ଟି ଜିଲ୍ଲା କେନ୍ଦ୍ରୀୟ ସମବାୟ ସମିତିରେ ୩୮କୋଟି ଟଙ୍କାରୁ ଅଧିକ ଆର୍ଥିକ ଅନିୟମିତତା ହୋଇଥିବାବେଳେ ତିନିଟି ଅର୍ବାନ କୋଅପରେଟିଭ ବ୍ୟାଙ୍କରେ ୧୭କୋଟି ଟଙ୍କାରୁ ଅଧିକ ଆର୍ଥିକ ଅନିୟମିତତା ପରିଲକ୍ଷିତ ହୋଇଛି। ବିଗତ ଦଶବର୍ଷ ମଧ୍ୟରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ୍ ସମେତ ୧୭ଟି ଜିଲ୍ଲା କେନ୍ଦ୍ରୀୟ ସମବାୟ ସମିତିରେ ୩୮କୋଟି ଟଙ୍କାରୁ ଅଧିକ ଆର୍ଥିକ ଅନିୟମିତତା ହୋଇଥିବାବେଳେ ତିନିଟି ଅର୍ବାନ କୋଅପରେଟିଭ ବ୍ୟାଙ୍କରେ ୧୭କୋଟି ଟଙ୍କାରୁ ଅଧିକ ଆର୍ଥିକ ଅନିୟମିତତା ପରିଲକ୍ଷିତ ହୋଇଛି। ଜିଲ୍ଲା କେନ୍ଦ୍ରୀୟ ସମବ୍ୟାଙ୍କ୍ ମଧ୍ୟରେ ସବୁଠାରୁ ଅଧିକ ୧୦.୭୫ କୋଟି ଟଙ୍କାର ଆର୍ଥିକ ଅନିୟମିତତା ହୋଇଛି ସୁନ୍ଦରଗଡ଼ ଜିଲ୍ଲାରେ। ଏହି ଘଟଣାରେ ଛଅଜଣ କର୍ମଚାରୀ ନିଲମ୍ବିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ଦୁଇଜଣଙ୍କୁ ଚାକିରିରୁ ବହିଷ୍କାର କରାଯିବା ସହିତ ସେମାନଙ୍କୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏହା ପଛକୁ ରହିଛି ନୟାଗଡ଼ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ। ଏଠାରେ ୬.୪୨ କୋଟି ଟଙ୍କାର ଅନିୟମିତତା ହୋଇଥିବାବେଳେ ଏହିମାମଲା ପୁରୀ…
