Author: Purva Paksha

ଲଜିଷ୍ଟିକ ପ୍ରଦର୍ଶନରେ ଉଲ୍ଲେଖନୀୟ ପ୍ରଭାବ ପକାଇ ‘ଆସ୍ପାୟାର’ ବର୍ଗରୁ ଆଗକୁ ବଢ଼ି ଲିଡ୍ସ ୨୦୨୪ରେ ଓଡ଼ିଶା ‘ଆଚିଭର୍ସ’ର ମାନ୍ୟତା ହାସଲ କରିଛି। କେନ୍ଦ୍ର ପକ୍ଷରୁ ପ୍ରକାଶିତ ରାଜ୍ୟ ତାଲିକାରେ ଉପକୂଳବର୍ତ୍ତୀ ୩ଟି ରାଜ୍ୟ ଗୁଜରାଟ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ଓଡ଼ିଶାଠାରୁ ଆଗରେ ରହିଛନ୍ତି। ଲଜିଷ୍ଟିକ୍ ଇଜ୍ ଅଫ୍ ଓ୍ଵାର୍ଡ୍ ଷ୍ଟେଟ୍ସ (ଲିଡ୍ସ) ହେଉଛି କେନ୍ଦ୍ରର ଏକ ନିଆରା ପଦକ୍ଷେପ, ଯେଉଁଥିରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଲଜିଷ୍ଟିକ୍ ଇକୋସିଷ୍ଟମର କାର୍ଯ୍ୟଦକ୍ଷତା ଆକଳନ ଉପରେ ଧ୍ୟାନ ଦିଆଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସମାରୋହରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ରାଜ୍ୟକୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଓଡ଼ିଶା ଏହାର ଲଜିଷ୍ଟିକ୍ ପ୍ରଦର୍ଶନ ପାଇଁ ସମ୍ମାନଜନକ ‘ଆଚିଭର’ ମାନ୍ୟତା ହାସଲ କରି ଗୁଜରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ତାମିଲନାଡ଼ୁ ଭଳି ଶୀର୍ଷ ଉପକୂଳବର୍ତ୍ତୀ ରାଜ୍ୟ ସହ ସ୍ଥାନ ପାଇଛି। ଲିଡ୍ସ ରିପୋର୍ଟରେ ଚାରିଟି ପ୍ରମୁଖ ସ୍ତମ୍ଭ- ଲଜିଷ୍ଟିକ୍ ଭିତ୍ତିଭୂମି,…

Read More