Author: Purva Paksha

Delhi Election 2025: ଦିଲ୍ଲୀ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହୋଇଛି। ନିର୍ବାଚନ କମିଶନଙ୍କ ଘୋଷଣା ପରେ ଦିଲ୍ଲୀରେ ଆଚରଣ ବିଧି ଲାଗୁ ହୋଇଛି। ଆଜି ଦିଲ୍ଲୀରେ ବିଧାନସଭା ନିର୍ବାଚନ ଘୋଷଣା ହୋଇଛି। ଦିଲ୍ଲୀରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ। ଫେବ୍ରୁଆରି ୫ତାରିଖରେ ମତଦାନ ହେବ ଏବଂ ଫେବ୍ରୁଆରି ୮ତାରିଖରେ ଫଳାଫଳ ପ୍ରକାଶ ପାଇବ। ଏହା ସହ ଦିଲ୍ଲୀରେ ଆଚରଣ ବିଧି ଲାଗୁ ହୋଇଛି। ଚଳିତ ବିଧାନସଭାର କାର୍ଯ୍ୟକାଳ ଫେବ୍ରୁଆରି ୨୩ରେ ଶେଷ ହେଉଛି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି, ଜାନୁଆରୀ ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରାର୍ଥୀମାନେ ଜାନୁଆରୀ ୧୭ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିପାରିବେ। ଜାନୁଆରୀ ୧୮ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ ଏବଂ ଜାନୁଆରି ୨୦ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିବ। ‘ଇଭିଏମ୍ ଟେମ୍ପରିଂ ଅଭିଯୋଗ ଭିତ୍ତିହୀନ’ ଇଭିଏମରେ ଟେମ୍ପରିଂ ଅଭିଯୋଗ ଉପରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ…

Read More