Author: Purva Paksha

ଭାରତର ପଞ୍ଚଦଶ ଉପ-ରାଷ୍ଟ୍ରପତିଙ୍କ ନାଁ ଶୁଣିବାକୁ ସାରାଦେଶ ଓ ବିଦେଶ ବି ଉତ୍ସୁକତାର ସହ ଚାହିଁ ବସିଛି। ସେ ହେଉଛନ୍ତି ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ଦ୍ୱିତୀୟ ସର୍ବୋଚ୍ଚ ନେତା। ତାଙ୍କୁ ସାଧାରଣ ଲୋକ ନିର୍ବାଚିତ କରନ୍ତି ନାହିଁ ବରଂ ପ୍ରତିନିଧିଙ୍କ ଭୋଟ୍‍ଦ୍ୱାରା ସେ ନିର୍ବାଚିତ ହୁଅନ୍ତି ଆଉ ସଂସଦର ଉଚ୍ଚ ସଦନକୁ ଅଧ୍ୟକ୍ଷତା କରନ୍ତି। ଏହିକ୍ରମରେ ଆମେ ବାଛିଥିବା ସମସ୍ତ ସାଂସଦଙ୍କ ଦାୟିତ୍ୱ ହେଉଛି ଆମର ଭାବନା, ମତାମତକୁ ଠିକଣା ଭାବେ ସଂସଦରେ ଉପସ୍ଥାପନ କରିବା। ନିଜର ଭୋଟ୍‍ ଦାନ କରିବା। କିନ୍ତୁ ଆମକୁ ଭୋଟ୍‍ ଦାନ ପାଇଁ ପ୍ରବର୍ତ୍ତାଉଥିବା ଶିକ୍ଷିତ, ସଭ୍ୟ, ଲୋକପ୍ରତିନିଧି ତଥା ସାଂସଦମାନେ ଯେତେବେଳେ ଏହି କାମରୁ ବିରତ ରହିବେ ତେବେ ତାହା କାହା ପାଇଁ ଅପମାନ ହେବ? ଏହା ସମଗ୍ର ରାଜ୍ୟବାସୀଙ୍କ ପାଇଁ ଛଳନା ନୁହେଁ କି? ପୁଣି ଯଦି ଜଣେ କି ଦୁଇଜଣ ନୁହନ୍ତି କିନ୍ତୁ ବୁଝି ବିଚାରି ଗୋଟିଏ ଦଳ ନିଜର ସ୍ୱାର୍ଥ…

Read More