Author: Purva Paksha

ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ ରିଲସ୍ ଓ ଅନ୍ୟ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ହଇଚଇ ସୃଷ୍ଚି ନ କଲେ ବି ଟିକିଏ ହଲଚଲ ସୃଷ୍ଟିକରେ। ତାଙ୍କ କହିବା ଶୈଳୀ, ଭାଷା ଓ ଶବ୍ଦ ଚୟନ, ଅନେକଙ୍କୁ ଅସହଜ ଲାଗିପାରେ। କିନ୍ତୁ ବଲିଉଡର ରାଖୀ ସାୱନ୍ତଙ୍କ ଭଳି ମେରି ମର୍ଜିରେ ବିଶ୍ୱାସ କରୁଥିବା ସୁଲତାଙ୍କୁ କିଛି ଫରକ ପଡ଼େନି ବୋଧେ। ସାଂସଦଙ୍କ ଗୋଟିଏ ନୂଆ ଭିଡିଓ ଫେସବୁକରେ ଆସିଛି। ସେଥିରେ ସେ ବିଷ୍ଣୁ ଶର୍ମା କୃତ ପଞ୍ଚତନ୍ତ୍ରର ଷଣ୍ଢ-ଶୃଗାଳ ଗଳ୍ପର ଉଲ୍ଲେଖ କରି ବିସ୍କୁଟ ମିଡିଆକୁ ଛିଗୁଲାଇଛନ୍ତି। କିନ୍ତୁ କହିବା ଶୈଳୀ ଓ ଭାଷା ଜଣେ ରାଜନେତାଙ୍କର ବୋଲି ଲାଗୁନାହିଁ। ଶୁକ୍ରାଣୁ-ଡିମ୍ବାଣୁରୁ ଶୃଗାଳ ମାଡମ କିଛି ଦିନ ତଳେ ଶୁକ୍ରାଣୁ-ଡିମ୍ବାଣୁ ବିଶେଷଜ୍ଞା ସାଜି ବିଜେପିର ଜଣେ ସାଂସଦଙ୍କ ପିଲାପିଲି ନହେବାକୁ ପ୍ରଶ୍ନ କରିଥିଲେ। ୨୪ ବର୍ଷର ଶାସନ କାଳରେ ରାଜ୍ୟରେ ଦାଦନ ସମସ୍ୟା ଭଳି ପ୍ରସଙ୍ଗର ସମାଧାନ ତାଙ୍କ ଦଳ କରିପାରିନି।…

Read More