Author: Purva Paksha

Murder in Bhubaneswar: ଆଜି ସକାଳ ପ୍ରାୟ ୮ଟା ବେଳେ ରସୁଲଗଡ଼ରୁ ବାଣୀବିହାର ଓଭରବ୍ରିଜ ଉପରେ ଜଣେ ଯୁବକ ସ୍କୁଟିରେ ଯାଉଥିଲେ। ଏହି ସମୟରେ ପଛରୁ ଏକ ବାଇକ୍‌ରେ ଆସିଥିବା ଦୁଇ ଯୁବକ ଚଳନ୍ତା ଗାଡ଼ିରେ ଯାଉଥିବା ଯୁବକଙ୍କୁ ଏକ ମାରଣାସ୍ତ୍ରରେ ଚୋଟ ପକାଇଥିଲେ। ପ୍ରବାସୀ ଭାରତୀୟ ଦିବସ ନିମନ୍ତେ ପୁଲିସ୍‌ ଛାଉଣିରେ ପରିଣତ ହୋଇଛି ରାଜଧାନୀ। ରାଜଧାନୀ ଏବେ ସୁରକ୍ଷାର ଅଭେଦ୍ୟ ଦୁର୍ଗ ପାଲଟିଥିବାବେଳେ ରସୁଲଗଡ଼- ବାଣୀବିହାର ଜାତୀୟ ରାଜପଥରେ ସକାଳୁ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ଫଳରେ ପୁଲିସ ବ୍ୟବସ୍ଥା ଏବେ ପ୍ରଶ୍ନ ଘେରକୁ ଚାଲି ଆସିଛି। ଚଳନ୍ତା ବାଇକ୍‌ରେ ଯାଉଥିବା ଜଣେ ଯୁବକଙ୍କ ମୁଣ୍ଡକୁ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ରାଜପଥ ଉପରେ ପଡ଼ିଛି ମୁଣ୍ଡବିହୀନ ମୃତଦେହ। ଏପରି ଏକ ଚାଞ୍ଚଲ୍ୟକର ଘଟଣା ସମ୍ପର୍କରେ ପ୍ରଚାରିତ ହେବା ପରେ ଭୟଭୀତ ହୋଇ ପଡ଼ିଛନ୍ତି ରାଜଧାନୀବାସୀ। ମୃତକଙ୍କ ପରିଚୟ ମିଳିପାରିନଥିବାବେଳେ ହତ୍ୟାକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଆଜି ସକାଳ ପ୍ରାୟ ୮ଟା…

Read More