Author: Purva Paksha

ରାଜ୍ୟ ବିଜେପିର ସାଂଗଠନିକ ନିର୍ବାଚନକୁ ନେଇ ଉଷ୍ମତା ବଢ଼ୁଥିବାବେଳେ ସମ୍ଭାବ୍ୟ ମୁଖିଆଙ୍କ ନାମକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଆସନ୍ତା ୧୫ ତାରିଖ ସୁଦ୍ଧା ରାଜ୍ୟ ବିଜେପିର ନୂଆ ସଭାପତି ଚୟନ ନେଇ ପ୍ରଭାରୀ ବିଜୟପାଲ ସିଂହ ତୋମାରଙ୍କ ଘୋଷଣା ପରେ କର୍ମୀ ମହଲରେ ଉତ୍ସାହ ଦେଖାଦେଇଛି। ସଭାପତି ଦୌଡ଼ ପାଇଁ ଏକାଧିକ ବରିଷ୍ଠ ନେତାଙ୍କ ନାମ ଚର୍ଚ୍ଚାରେ ରହିଛି। ବର୍ତ୍ତମାନର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ପୂର୍ବତନ ସଭାପତି ସମୀର ମହାନ୍ତି, ରାଜ୍ୟ ବିଜେପି ଉପ ସଭାପତି ଗୋଲକ ମହାପାତ୍ର, ବିଶ୍ୱେଶ୍ୱର ଟୁଡୁ, ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସନ୍ନ ଶତପଥୀ ପ୍ରମୁଖ ଦୌଡ଼ରେ ଅଛନ୍ତି। ତେବେ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ ମନମୋହନଙ୍କ ଦଳ ପ୍ରତି ଅବଦାନ ଓ ଦଳକୁ ଶାସନ କ୍ଷମତାକୁ ଆଣିବାରେ ଭୂମିକା ତାଙ୍କୁ ପୁଣି ସଭାପତି ପାଇଁ ସୁଯୋଗ ଦେଇପାରେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଅନ୍ୟପକ୍ଷରେ ଦୀର୍ଘଦିନର ସାଂଗଠନିକ ଅଭିଜ୍ଞତା ଓ ଦଳୀୟ…

Read More