Author: Purva Paksha

ଫେବ୍ରୁଆରୀ ପହିଲାରେ ଆସିବ ସାଧାରଣ ବଜେଟ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଆଗତ କରିବେ। ଏହା ପୂର୍ବରୁ ପ୍ରାକ୍‌ ବଜେଟ୍‍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅର୍ଥମନ୍ତ୍ରୀ ଶ୍ରମିକ ସଂଗଠନର ନେତୃବୃନ୍ଦଙ୍କୁ ଭେଟିଛନ୍ତି। ଏଥିରେ ସଂଗଠନ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ପେନ୍‌ସନ ମାସିକ ୫୦୦୦ ଟଙ୍କାକୁ ବୃଦ୍ଧି କରିବା, ୮ମ ବେତନ ଆୟୋଗ ଗଠନ ଏବଂ ଆଗାମୀ ବଜେଟରେ ସୁପର ରିଚ୍‌ ବା ଅତି ଧନୀଙ୍କ ଉପରେ ଅଧିକ ଟିକସ ଲାଗୁ ଦାବି କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ପାରମ୍ପରିକ ବଜେଟ୍‍ ଆଲୋଚନାରେ ଶ୍ରମିକ ସଂଗଠନର ନେତାମାନେ ଆୟକର ଛାଡ଼ ସୀମାକୁ ବାର୍ଷିକ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି। ଏଥିସହ ସରକାରୀ କର୍ମଚାରୀଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ପୁରୁଣା ପେନ୍‌ସନ ସ୍କିମ୍ (ଓପିଏସ୍‌) ପୁନଃଆରମ୍ଭ କରିବାକୁ ମଧ୍ୟ ଦାବି ଉଠାଇଛନ୍ତି। ବୈଠକ ପରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରି ଟିୟୁସିସିର ସାଧାରଣ…

Read More