Author: Purva Paksha

Education mahakumbh: ବେଳେବେଳେ କିଛି ଲୋକ ନିଜ ସ୍ଥାନକୁ ଦୁନିଆର ଭିଡ଼ଠାରୁ ଭିନ୍ନ କରିଦିଅନ୍ତି। ଏହି କାହାଣୀ ମଧ୍ୟ ଏମିତି ଜଣେ ବାବାଙ୍କର। ସେ ଜଣେ ଶିକ୍ଷକ ଭାବରେ ଚାକିରି ମଧ୍ୟ ପାଇଥିଲେ, କିନ୍ତୁ ସେ ଏହାକୁ ପସନ୍ଦ କରିନଥିଲେ ଏବଂ ସଂସାରୀୟ ଆକର୍ଷଣ ଛାଡ଼ି ତ୍ୟାଗର ମାର୍ଗ ବାଛିଥିଲେ। କୁମ୍ଭମେଳା ପାଇଁ ସଙ୍ଗମରେ ଭିଡ଼ ଲାଗି ସାରିଲାଣି। ଦେଶ ଓ ବିଦେଶରୁ ଅନେକ ସାଧୁସନ୍ଥ କୁମ୍ଭକ୍ଷେତ୍ରରେ ପହଞ୍ଚୁଛନ୍ତି। କୁମ୍ଭମେଳାରେ ପହଞ୍ଚୁଥିବା ବାବାଙ୍କ ମଧ୍ୟରେ କିଏ ୧୬ ବର୍ଷ ଧରି ହାତ ଟେକି ରହିଛନ୍ତି ତ କିଏ ବସି ନାହାନ୍ତି। ପୁଣି କିଏ କଣ୍ଟାର ବିଛଣା ଉପରେ ଶୁଅନ୍ତି। ସେଇ କୁମ୍ଭମେଳାକୁ ଆସିଛନ୍ତି ଏମିତି ଜଣେ ସାଧୁ, ଯିଏ ମୋକ୍ଷ ସନ୍ଧାନରେ ସରକାରୀ ଚାକିରି ଛାଡ଼ି ସନ୍ୟାସ ନେଇଥିଲେ। ଆଉ ଗତ ୪୦ରୁ ଅଧିକ ବର୍ଷ ଧରି କଥା ହେଉନଥିବାରୁ ତାଙ୍କୁ ମୌନି ବାବା କୁହାଯାଉଛି। ତେବେ ତାଙ୍କର ଆଉ ଗୋଟିଏ…

Read More