Author: Purva Paksha

Saraswati Puja: ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସ ଛାତ୍ର ପରିଷଦର ସାଧାରଣ ସମ୍ପାଦକ ଶବିର ଅଲ୍ଲୀ ଯୋଗେଶ ଚନ୍ଦ୍ର ଚୌଧୁରୀ ଆଇନ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କୁ ସରସ୍ୱତୀ ପୂଜା ଆୟୋଜନ କରିବାକୁ ବାରଣ କରିଥିଲେ। ପୂଜା ଆରମ୍ଭ କଲେ ଛାତ୍ରୀମାନଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ ଦିଆଯାଇଥିଲା। ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଏକ ପ୍ରସିଦ୍ଧ ଆଇନ କଲେଜରେ ବିଦ୍ୟାର୍ଥୀଙ୍କୁ ସରସ୍ୱତୀ ପୂଜା ଆୟୋଜନ କରିବାକୁ ଅନୁମତି ଦିଆଗଲା ନାହିଁ। ଶାସକଦଳର ଜଣେ ସଂଖ୍ୟାଲଘୁ ଛାତ୍ର ନେତାଙ୍କ ଧମକ ପାଇଁ କଲେଜରେ ସରସ୍ୱତୀ ପୂଜା ବନ୍ଦ ହୋଇଛି। ବିଦ୍ୟାର୍ଥୀଙ୍କ ଅଭିଯୋଗ ଯେ, ଶାସକ ଟିଏମସିର ଜଣେ ନେତା ସେମାନଙ୍କୁ ଲଗାତାର ଧମକ ଦେଉଛନ୍ତି। ସରସ୍ୱତୀ ପୂଜା ଆୟୋଜନ କଲେ କଲେଜର ଛାତ୍ରୀଙ୍କୁ ବଳାତ୍କାର ଏବଂ ହତ୍ୟା କରାଯିବ ବୋଲି ସମ୍ପୃକ୍ତ ଛାତ୍ରନେତା ଧମକ ଦେଇଥିବା ଅଭିଯୋଗ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସ ଛାତ୍ର ପରିଷଦ (ଟିଏମସିର ଛାତ୍ର ଶାଖା)ର ସାଧାରଣ ସମ୍ପାଦକ…

Read More