Author: Purva Paksha

Rahul Gandhi: ରାହୁଲ ଗାନ୍ଧି ଲୋକସଭାରେ କହିଛନ୍ତି ଯେ ଯୁବମାନଙ୍କ ରୋଜଗାରକୁ ନେଇ ସରକାର ଗମ୍ଭୀର ନୁହଁନ୍ତି। ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ବିଫଳ ହୋଇଛି ଏବଂ ଉତ୍ପାଦନ କ୍ଷେତ୍ରରେ ହ୍ରାସ ଘଟିଛି। ଡାଟା ଏବଂ ଏଆଇରେ ଚୀନଆମଠାରୁ ଆଗରେ ରହିଛି। ରାହୁଲ ଗାନ୍ଧି ନିଜ ସ୍ଲିପ୍ ଅଫ୍ ଟଙ୍ଗ୍‍ ପାଇଁ ପ୍ରସିଦ୍ଧ। ତାଙ୍କର ‘ପାଟିରୁ ଖସି ଯିବା’ ଅଭ୍ୟାସ ଦଳ ପାଇଁ ଅନେକ ସମୟରେ କାଳ ସାବ୍ୟସ୍ତ ହୋଇଛି। ସୋମବାର ମଧ୍ୟ ରାହୁଲଙ୍କ ପାଟିରୁ କିଛି ଖସିଛି। ଯାହାକୁ ନେଇ ସୋସିଆଲ ମିଡିଆଠାରୁ ରାଜନୈତିକ ଗଳିରେ ଚର୍ଚ୍ଚା ଚାଲିଛି। ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନାରେ ଅଂଶଗ୍ରହଣ କରି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ନିଯୁକ୍ତି ପ୍ରସଙ୍ଗରେ ସରକାର ଗମ୍ଭୀର ନୁହଁନ୍ତି। ଏତିକି ଯାଏ କଥା ଠିକ୍ ଥିଲା। କିନ୍ତୁ ରାହୁଲ ତାଙ୍କ ଭାଷଣରେ ମୋଦୀ ସରକାର ଓ ୟୁପିଏ ସରକାରକୁ ଗୋଟିଏ ସ୍ଥାନରେ…

Read More