Baby Care: ଶିଶୁ ପାଇଁ ମା’ କ୍ଷୀର ଅମୃତ ସମାନ । ସେଥିପାଇଁ ଶିଶୁ ଜନ୍ମ ପରେ ଡାକ୍ତରମାନେ ଶିଶୁକୁ ମା’ କ୍ଷୀର ପିଏଇବାକୁ ପରାମର୍ଶ ଦେଇଥାନ୍ତି । ଶିଶୁକୁ ଛୋଟରୁ ବଡ଼ କରିବା ପାଇଁ ଅନେକ ପରିଶ୍ରମ କରିବାକୁ ପଡିଥାଏ।
ତାଙ୍କର ଠିକ ଭାବରେ ଯତ୍ନର ଦେବା ନିହାତି ଜରୁରୀ ହୋଇଥାଏ । ଏଥି ସହ ଛୋଟ ପିଲାମାଙ୍କର ବହୁତ କିଛି ସମସ୍ୟା ହୋଇଥାଏ, ଯାହା ପିତାମାତା ଜାଣିପାରି ନଥାନ୍ତି । ସେଥିପାଇଁ ପିଲାମାନେ ଅନେକ ସମସ୍ୟାରେ ସମ୍ମୁଖୀନ ହୋଇଥାନ୍ତି ।
ବର୍ତମାନ ସମୟରେ ଶିଶୁ ଜନ୍ମ ହେବାପରେ ମା’ମାନେ ତାଙ୍କୁ କ୍ଷୀର ପିଆଇବା ପାଇଁ ପସନ୍ଦ କରୁ ନାହାନ୍ତି । ଏହାସହ କ୍ଷୀର ନ ପିଆଇବାର ଅନେକ ଭିନ ଭିନ କାରଣ ମଧ୍ୟ ରହିଛି । ସେଥିପାଇଁ ସେମାନେ ତାଙ୍କୁ ବଜାରରେ ବିକ୍ରି ହେଉଥିବା ବୋତଲରେ କ୍ଷୀର ପିଆଇଥାନ୍ତି । ପିଲାଦିନୁ ଦାନ୍ତର ସଠିକ୍ ଯତ୍ନ ନେବା ଆବଶ୍ୟକ । ଏପରି ଏକ ସମସ୍ୟା ହେଉଛି ବେବି ବୋତଲ ସିଣ୍ଡ୍ରୋମ, ଯାହା ବୋତଲରୁ କ୍ଷୀର ପିଇବା ଯୋଗୁଁ ଛୋଟ ପିଲାମାନଙ୍କଠାରେ ଦେଖାଦେଇଥାଏ । ତେବେ ଆସନ୍ତୁ ଜାଣିବା ଏହି ସିଣ୍ଡ୍ରୋମ୍ ଏବଂ ଏହାର ପ୍ରତିରୋଧ ବିଷୟରେ ।
ବେବି ବୋତଲ ସିଣ୍ଡ୍ରୋମ୍, ଯାହାକୁ ‘ବୋତଲ କ୍ୟାରେଜ୍’ କିମ୍ବା ନର୍ସିଂ ବୋତଲ କ୍ୟାରେଜ୍ ମଧ୍ୟ କୁହାଯାଏ । ଏହା ଏକ ଦାନ୍ତ ରୋଗ ଯେଉଁଥିରେ ଛୋଟ ପିଲାମାନଙ୍କର କ୍ଷୀର ଦାନ୍ତ କ୍ଷୟ ହେବା ଆରମ୍ଭ ହୋଇଥାଏ । ବେବି ବୋତଲ ସିଣ୍ଡ୍ରୋମର ଲକ୍ଷଣ : ଦାନ୍ତରେ ଧଳା କିମ୍ବା ମାଟିଆ ଦାଗ ପଡିବା । ଏଥି ସହିତ ଦାନ୍ତ ଯନ୍ତ୍ରଣା, ଅଧିକ ଥଣ୍ଡା କିମ୍ବା ଗରମ ଖାଦ୍ୟ ଖାଇବାର ସମସ୍ୟା ହୋଇପାରେ । ଜୀବାଣୁ ସଂକ୍ରମଣ ଯୋଗୁଁ ମାଢ଼ି ଫୁଲିଯାଏ କିମ୍ବା ରକ୍ତସ୍ରାବ ହୁଏ । ଏଥି ସହ ପାଟିରୁ ଦୁର୍ଗନ୍ଧ ମଧ୍ୟ ବାହାରିଥାଏ । ତେବେ ଏଥିପ୍ରତି ସଚେତନ ହୋଇ ଚଳିବା ନିହାତି ଆବଶ୍ୟକ ।
ALSO READ: https://purvapaksa.com/health-effect-of-drinking-milk-on-empty-stomach/