ଆରାବଳି ପର୍ବତ ଉପରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଏହି ପ୍ରାକୃତିକ ଐତିହ୍ୟର ସୁରକ୍ଷା ପାଇଁ ଏକ ଦେଶବ୍ୟାପୀ ଅଭିଯାନ ଆରମ୍ଭ ହୋଇଛି । ସୁପ୍ରିମକୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ଯେ କେବଳ ୧୦୦ମିଟରରୁ ଅଧିକ ଉଚ୍ଚ ପାହାଡ଼ଗୁଡିକୁ ଏବେ ଆରାବଳି ପର୍ବତମାଳାର ଅଂଶ ଭାବରେ ବିବେଚନା କରାଯିବ । କୋର୍ଟଙ୍କ ନିଷ୍ପତ୍ତି ପରେ ଅନେକ ବିଶେଷଜ୍ଞ ଏହି ଆଦେଶ ଉପରେ ଆପତ୍ତି ଉଠାଇ ଦାବି କରିଛନ୍ତି ଯେ ଆରାବଳି ପର୍ବତମାଳାର ୯୦ପ୍ରତିଶତରୁ ଅଧିକ ପାହାଡ ୧୦୦ମିଟରରୁ କମ୍ ଉଚ୍ଚ, ଯାହା ଫଳରେ ଅଧିକାଂଶ ପାହାଡର ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି କରୁଛି । କେନ୍ଦ୍ର ସରକାର ଏବେ ଆରାବଳି ପର୍ବତମାଳାକୁ ନେଇ ବିବାଦ ଉପରେ ଏକ ବିବୃତ୍ତି ଜାରି କରିଛନ୍ତି ।

ଆରାବଳୀ ପାହାଡ ସଂରକ୍ଷଣ ସମ୍ପର୍କରେ ଚାଲିଥିବା ବିବାଦ ଉପରେ ସ୍ପଷ୍ଟ ମତ ରଖି କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଏହି ଦିଗରେ ଠୋସ୍ ପଦକ୍ଷେପ ନେଇଛନ୍ତି । ସେ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସବୁଜ ଆରାବଳୀ ଆନ୍ଦୋଳନ ଏବଂ ସବୁଜ ଭାରତ ମିଶନ ଭଳି ପଦକ୍ଷେପ ଦେଶରେ ସବୁଜ ବିକାଶକୁ ଏକ ନୂତନ ଦିଗଦର୍ଶନ ଦେଇଛି । କେନ୍ଦ୍ରମନ୍ତ୍ରୀ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ୨୦୧୪ ମସିହାରେ ଦେଶରେ କେବଳ ୨୪ଟି ରାମସର ସ୍ଥଳ(ଆନ୍ତର୍ଜାତୀୟ ଗୁରୁତ୍ୱର ଆର୍ଦ୍ରଭୂମି ସ୍ଥଳ) ଥିଲା । କିନ୍ତୁ ଏବେ ସେମାନଙ୍କର ସଂଖ୍ୟା ୯୬କୁ ବୃଦ୍ଧି ପାଇଛି ।
-1766408039070.webp)
ଆରାବଳୀ ଅଞ୍ଚଳରେ ଖଣି କାର୍ଯ୍ୟକଳାପକୁ ନେଇ ସାମ୍ପ୍ରତିକ ବିବାଦ ସମ୍ପର୍କରେ, ଭୂପେନ୍ଦ୍ର ଯାଦବ ବିରୋଧୀ ନେତା ଏବଂ ଅନ୍ୟ ସମାଲୋଚକଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି “କିଛି ବରିଷ୍ଠ ନେତା ଭ୍ରମାତ୍ମକ ଟ୍ୱିଟ୍ କରୁଛନ୍ତି । ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଏନସିଆର ଅଞ୍ଚଳରେ ଖଣି ସମ୍ପୂର୍ଣ୍ଣ ନିଷିଦ୍ଧ । ତେଣୁ କୌଣସି ନୂତନ ଖଣି ଖନନର ପ୍ରଶ୍ନ ଉଠୁନାହିଁ । ସୁପ୍ରିମକୋର୍ଟଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତିକୁ ଉଦ୍ଧୃତ କରି ମନ୍ତ୍ରୀ କହିଛନ୍ତି ଯେ କୋର୍ଟ ଦିଲ୍ଲୀ, ହରିୟାଣା, ଗୁଜରାଟ ଏବଂ ରାଜସ୍ଥାନ ସରକାରଙ୍କୁ ମଧ୍ୟ ଆରାବଳୀ ପର୍ବତମାଳାକୁ ସୁରକ୍ଷା ଦେବା ପାଇଁ ଠୋସ୍ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାଦବ କହିଛନ୍ତି ଯେ ଆରାବଳୀ ଅଞ୍ଚଳକୁ ସବୁଜ ଏବଂ ଜଳବାୟୁ ସ୍ଥିର କରିବା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ଏକ ସାଧାରଣ ଉଦ୍ଦେଶ୍ୟ।
also read https://purvapaksa.com/train-fares-to-increase-from-december-26/
Train fares to increase from December 26 || ଡିସେମ୍ବର ୨୬ରୁ ବଢିବ ଟ୍ରେନ ଭଡ଼ା


