ସରକାରୀ ବ୍ୟାଙ୍କ କ୍ଷେତ୍ରରେ ପୁଣି ଥରେ ବଡ଼ଧରଣର ମିଶ୍ରଣ ହେବାକୁ ଯାଉଛି। ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟରେ ମିଶ୍ରଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ସେହିପରି ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ (ଆଇଓବି) ଓ ଇଣ୍ଡିଆନ୍ ବ୍ୟାଙ୍କ ମଧ୍ୟରେ ମଧ୍ୟ ମିଶ୍ରଣ ଘଟିବ। ଦେଶରେ ଏବେ ୧୨ଟି ରାଷ୍ଟ୍ରାୟତ୍ତ ସରକାରୀ ବ୍ୟାଙ୍କ ରହିଛି। ୟୁନିଅନ୍ ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟରେ ମିଶ୍ରଣ ହେବା ପରେ ତାହା ଦେଶର ଦ୍ୱିତୀୟ ବଡ଼ ବ୍ୟାଙ୍କ ହେବ। ବର୍ତ୍ତମାନ ଦେଶର ଦ୍ୱିତୀୟ ବଡ଼ ସରକାରୀ ବ୍ୟାଙ୍କ ହେଉଛି ବ୍ୟାଙ୍କ ଅଫ୍ ବରୋଦା, ଯାହାର ସମ୍ପତ୍ତି ପରିମାଣ ୧୮.୬୨ ଲକ୍ଷ କୋଟି ଟଙ୍କା ରହିଛି। କିନ୍ତୁ ମୋଟ୍ ଉପରେ ଦେଖିଲେ ଷ୍ଟେଟ୍ ବ୍ୟାଙ୍କ ପ୍ରଥମ ସ୍ଥାନରେ ଥିବା ବେଳେ ଏଚ୍ଡିଏଫ୍ସି ବ୍ୟାଙ୍କ ଦ୍ବିତୀୟ ଓ ଆଇସିଆଇସିଆଇ ବ୍ୟାଙ୍କ ତୃତୀୟ ସ୍ଥାନରେ ରହିଛି। ୟୁନିଅନ୍ ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍ ଇଣ୍ଡିଆ ମିଶ୍ରଣରେ ଯେଉଁ ନୂଆ ବ୍ୟାଙ୍କ ଗଠନ ହେବ ତାହାର ମୋଟ୍ ସମ୍ପତ୍ତି ପରିମାଣ ୨୫.୬୭ ଲକ୍ଷ କୋଟି ଟଙ୍କା ହେବ।
ଚାରିଟି ସରକାରୀ ବ୍ୟାଙ୍କର ମିଶ୍ରଣ କରିବାକୁ ଯୋଜନା ରଖାଯାଇଥିବା ବେଳେ ଅନ୍ୟ ଦୁଇଟି ବ୍ୟାଙ୍କର ଘରୋଇକରଣ କରିବା ଉପରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ବିଚାର କରୁଛି। ପଞ୍ଜାବ ଆଣ୍ଡ୍ ସିନ୍ଧ ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ଘରୋଇକରଣ କରାଯିବ। ଛୋଟ ସରକାରୀ ବ୍ୟାଙ୍କଗୁଡ଼ିକ ବଡ଼ ବ୍ୟାଙ୍କ ସହ ମିଶ୍ରଣ କରି ଦୃଢ଼ ବ୍ୟାଙ୍କ ଗଠନ କରିବା ଉପରେ ସରକାର କାମ କରୁଛନ୍ତି। ସେହି ବ୍ୟାଙ୍କଗୁଡ଼ିକୁ ପରିଚାଳନା କରିବା ସହଜ ହେବ ଏବଂ ବିଶ୍ୱସ୍ତରରେ ସେମାନେ ଭଲ ଭାବେ ପ୍ରତିଦ୍ୱନ୍ଦିତା କରିପାରିବେ ବୋଲି ଆଶା କରାଯାଉଛି।
ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରକୁ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସହ ମିଶ୍ରଣ କରିବା ବିକଳ୍ପ ଉପରେ ମଧ୍ୟ ସରକାର ବିଚାର କରୁଛନ୍ତି। ଏହା ପୂର୍ବରୁ ୨୦୧୭ରୁ ୨୦୨୦ ମଧ୍ୟରେ ୧୦ଟି ସରକାରୀ ବ୍ୟାଙ୍କର ମିଶ୍ରଣ ହୋଇଥିଲା। ଫଳରେ ସରକାରୀ ବ୍ୟାଙ୍କ ସଂଖ୍ୟା ୨୭ରୁ ହ୍ରାସ ପାଇ ୧୦ ହୋଇଯାଇଥିଲା। ସେହି ସମୟରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ସହ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ ଓ ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ମିଶ୍ରଣ କରାଯାଇଥିଲା। କାନାରା ବ୍ୟାଙ୍କ ସହ ସିଣ୍ଡିକେଟ୍ ।
also read https://purvapaksa.com/patel-wanted-it-but-nehru-blocked-it/
Patel wanted it but Nehru blocked it ।। ପଟେଲ ଚାହୁଥିଲେ କିନ୍ତୁ ନେହରୁ ବାଧା ଦେଇଥିଲେ


