ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ପାଇଁ ଘରୋଇ ଅଷ୍ଟ୍ରେଲିଆ ଦଳ ଅପରିବର୍ତ୍ତିତ ରଖଛି । ତଥାପି ଆଉ ଜଣେ ଯୁବ ଖେଳାଳିଙ୍କୁ ଦଳରେ ସ୍ଥାନ ମିଳିଛି। ସେ ହେଉଛନ୍ତି ପେସ ବୋଲିଂ ଅଲରାଉଣ୍ଡର ବ୍ୟୁ ୱେବଷ୍ଟର। ଟାସମାନିଆ ପକ୍ଷରୁ ଘରୋଇ କ୍ରିକେଟ ଖେଳୁଥିବା ୱେବଷ୍ଟର ଦ୍ୱିତୀୟ ଟେଷ୍ଟରେ ପଦାର୍ପଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।
ପ୍ରଥମ ଟେଷ୍ଟ ଅବସରରେ ଅଲରାଉଣ୍ଡର ମିଚେଲ ମାର୍ଶ ଆହତ ହୋଇଥିଲେ । ମାତ୍ର ଦ୍ୱିତୀୟ ଟେଷ୍ଟ ପୂର୍ବରୁ ସେ ଫିଟ୍ ହେବେ ବୋଲି ଦିନକ ତଳେ କୋଚ୍ ଆଣ୍ଡ୍ର୍ୟୁ ମ୍ୟାକଡୋନାଲ୍ଡ ପ୍ରକାଶ କରିଥିଲେ । ଆଜି ମାର୍ଶଙ୍କ ବଦଳ ଖେଳାଳିଭାବେ ୱେବଷ୍ଟରଙ୍କୁ ଡକାଯାଇଛି । ମାର୍ଶ ଦ୍ୱିତୀୟ ଟେଷ୍ଟ ବେଳକୁ ଫିଟ୍ ହୋଇନପାରିଲେ ୱେବଷ୍ଟର ୪୬୮ତମ ଅଷ୍ଟ୍ରେଲିଆ ଖେଳାଳି ଭାବେ ପଦାର୍ପଣ କରିବେ।
ସାର ଗ୍ୟାରୀ ସୋବର୍ସଙ୍କ ପରେ ଏକମାତ୍ର ଖେଳାଳି ଭାେବ ୱେବଷ୍ଟର ଗୋଟିଏ ଘରାଇ ସିଜନରେ ୯୦୦ ରନ୍ ସଂଗ୍ରହ କରିବା ସହ ୩୦ଟି ୱିକେଟ ନେବାରେ ରେକର୍ଡ କରିଛନ୍ତି। ଚଳିତ ସିଜନରେ ମଧ୍ୟ ସେ ୪୪ ରନ୍ ସଂଗ୍ରହ କରିବା ସହ ୧୬ଟି ୱିକେଟ ଅକ୍ତିଆର କରିସାରିଲେଣି।
୬ ତାରିଖରୁ ଆଡ଼ିଲେଡରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ। ଏହି ଟେଷ୍ଟ ଦିବା ରାତ୍ର। ତେଣୁ ପିଙ୍କ୍ ବଲରେ ମ୍ୟାଚ ଖେଳାଯିବ। ଭାରତୀୟ ଦଳ ଇତି ମଧ୍ୟରେ କାନବେରାରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛି। ସେଠାରେ ଭାରତୀୟ ଦଳ ଏକ ୨ଦିନିଆ ଅଭ୍ୟାସ ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଛି। ଘରାେଇ ଦଳ ଆଡିଲେଡରେ ରହି ପ୍ରସ୍ତୁତି କରିବ। ମାନୁକା ଓଭାଲ ଗ୍ରାଉଣ୍ଡରେ ଭାରତୀୟ ଦଳ ଅଭ୍ୟାସ ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଛି।
previous article: https://purvapaksa.com/ben-stokes-breaks-silence-on-his-decision-to-not-register-for-ipl-auction/