କାର୍ତ୍ତିକ ମାସ ପାଇଁ ଆଜି ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ବିଶେଷ କରି କଟକର ଧବଳେଶ୍ବର ଶୈବପୀଠ ଓ ଭଦ୍ରକଜିଲ୍ଲା ଆରଡ଼ିର ଆଖଣ୍ଡଳମଣି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଛି। ଏହାଛଡ଼ା ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ବି ଦେଖିବାକୁ ମିଳିଛି। ଭିଡ଼ ଯୋଗୁଁ ପଞ୍ଚୁକ ଆରମ୍ଭରୁ କାର୍ତ୍ତିକ ପୂର୍ଣ୍ଣିମା ଯାଏଁ ଭିତର କାଠ ଦର୍ଶନକୁ ବନ୍ଦ କରାଯାଇଛି ।
ବାହାରକାଠ ନିକଟରୁ ଜଗା ଦର୍ଶନ କରି ଫେରୁଛନ୍ତି ଶ୍ରଦ୍ଧାଳୁ । ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାର ନିକଟରେ ଧଡା ପକାଯାଇ ପର୍ଯ୍ୟାୟକ୍ରମେ ଭକ୍ତଙ୍କୁ ଛଡ଼ା ଯାଉଛି । ବ୍ୟାରିକେଡକୁ ମରିଚିକୋଟ ଛକ ଯାଏଁ ବଢାଇ ଦିଆଯାଇଛି। ହେଲେ ଭକ୍ତଙ୍କ ଏହି ଗହଳି ଭିତରେ ସବୁଠୁ ଅଧିକ ଅସୁବିଧା ଭୋଗୁଛନ୍ତି ବୟସ୍କ ଓ କୁନି କୁନି ଶ୍ରଦ୍ଧାଳୁ। ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇପଡ଼ିଛି। ଏନେଇ ପଞ୍ଚୁକ ଦର୍ଶନ ବ୍ୟବସ୍ଥା ସୁଗମ କରାଯାଇଛି।
ମରିଚିକୋଟ ପର୍ଯ୍ୟନ୍ତ ଅସ୍ଥାୟୀ ବାଉଁଶ ବ୍ୟାରିକେଡ୍ ନର୍ମାଣ ଆରମ୍ଭ ହୋଇଛି। ବହୁ ଭକ୍ତଙ୍କ ଆଗମନ ସମ୍ଭାବନା ରହିଛି। ତେଣୁ ବଡ଼ଦାଣ୍ଡରେ ଲମ୍ବା ଧାଡ଼ିକୁ ଦୃଷ୍ଟିରେ ରଖି ମରିଚିକୋଟ ପର୍ଯ୍ୟନ୍ତ ସେଡ୍ ବ୍ୟାରିକେଡ୍ କରିବା ନେଇ ବ୍ୟବସ୍ଥା ହେଉଛି।
also read https://purvapaksa.com/nuapada-will-prove-who-is-truly-popular/
Nuapada will prove who is truly popular. II ନୂଆପଡ଼ା ପ୍ରମାଣିତ କରିବ; କିଏ ଅସଲ ଲୋକପ୍ରିୟ


