କଂଗ୍ରେସ ପାର୍ଟି ଆଜି କେଉଁ ରଣନୀତିରେ ଚାଲିଛି, ଏହା ସତରେ ବହୁତ ବଡ଼ ଚିନ୍ତାର ବିଷୟ। ଦେଶର ସବୁଠାରୁ ପୁରୁଣା ପାର୍ଟି, ସବୁଠାରୁ ଦୀର୍ଘ ସମୟ ଧରି କ୍ଷମତାରେ ରହିଥିବା ପାର୍ଟିର ଆଜିର ଅବସ୍ଥା କ’ଣ ହୋଇଯାଇଛି? ଯଦି ଆମେ ଏହାର ଇତିହାସ ଦେଖିବା, ତେବେ ଆଲାନ୍ ଅକ୍ଟୋଭିଆନ ହ୍ୟୁମ୍ ନାମକ ଜଣେ ବ୍ୟକ୍ତି କଂଗ୍ରେସର ପ୍ରତିଷ୍ଠାତା ଥିଲେ, ତା’ପରେ ସ୍ୱାଧୀନତା ସଂଗ୍ରାମୀମାନେ ସମସ୍ତେ ମିଶି ସେହି କଂଗ୍ରେସରେ ରହିଥିଲେ ଏବଂ ଏହା ପରେ ଦେଶର ପାର୍ଟି ପାଲଟିଥିଲା। କିନ୍ତୁ ପରେ ଏହାକୁ ନେହେରୁ-ଗାନ୍ଧି ପରିବାର ନିଜର ଏକ ‘ପ୍ରାଇଭେଟ୍ ଲିମିଟେଡ୍ ପ୍ରପର୍ଟି’ ବା ବ୍ୟକ୍ତିଗତ ସମ୍ପତ୍ତି ଭାବରେ ପରିଣତ କରିନେଇଛନ୍ତି।

ଆଜିର ମାମଲା ତା’ଠାରୁ ଆହୁରି ଆଗକୁ ଚାଲିଯାଇଛି— ବିଦେଶୀ ରାଷ୍ଟ୍ରାଧ୍ୟକ୍ଷମାନଙ୍କ ଦ୍ୱାରା ଭାରତର ସାର୍ବଭୌମତ୍ୱ ଉପରେ ଆକ୍ରମଣ କରିବା ପାଇଁ ଏବଂ ନିଜ ଦେଶର ସରକାରଙ୍କ ବିରୁଦ୍ଧରେ ପ୍ରଚାର କରିବାବେଳେ ରାହୁଲ ଗାନ୍ଧି ତାଳି ବଜାଉଛନ୍ତି। ସେହି ତାଳି ବଜାଇବା କଥା ଦେଶର ପ୍ରତ୍ୟେକ ବ୍ୟକ୍ତି ଜାଣିବା ଉଚିତ।
ଏହା ଭଲ, ଯଦି କଂଗ୍ରେସ ପାର୍ଟିକୁ ଏହା ଲାଗେ ଯେ ରାଜନୈତିକ ଭାବରେ ଦେଶ ବିରୁଦ୍ଧରେ, ଦେଶକୁ ଏକ ଭୁଲ ବାଟରେ ଉପସ୍ଥାପନ କରି କ୍ଷମତା ହାସଲ କରାଯାଇପାରିବ, ତେବେ କଂଗ୍ରେସ ନେତାମାନଙ୍କୁ ଏହା କରିବାକୁ ଦିଆଯାଉ। ଦେଶର ଲୋକମାନେ ଜାଣିବା ତ ଉଚିତ ଯେ, ଭାରତ ଏକ ସାର୍ବଭୌମ ରାଷ୍ଟ୍ର ଭାବରେ କେବେବି ଏପରି ସ୍ଥିତିକୁ ଆସି ନଥିଲା; ଯେଉଁଠି କେହି ଏକଥା କହିବ ଯେ, ଆମେ ବିଦେଶୀ ଶକ୍ତି ମାଧ୍ୟମରେ ବିଜୟୀ ହେବୁ।
କେହି କେହି କହିପାରନ୍ତି ଯେ ନରେନ୍ଦ୍ର ମୋଦୀ ଆମେରିକା ଯାଇଥିଲେ ଏବଂ ‘ଅବ୍ କୀ ବାର୍ ଟ୍ରମ୍ପ ସରକାର’ ସ୍ଲୋଗାନରେ ସାମିଲ ଥିଲେ। ଯଦିଓ ନରେନ୍ଦ୍ର ମୋଦୀ ସିଧାସଳଖ ‘ଅବ୍ କୀ ବାର୍ ଟ୍ରମ୍ପ ସରକାର’ ସ୍ଲୋଗାନ ଲଗାଇ ନଥିଲେ, କିନ୍ତୁ ସେଠାରେ ସେହି ସ୍ଲୋଗାନ ଲାଗିଥିଲା ଏବଂ ସେ ସେଠାରେ ଥିଲେ। ଯଦି କଂଗ୍ରେସର ଲୋକମାନେ ଏଭଳି ଅଭିଯୋଗ ଲଗାନ୍ତି ଗୋଟିଏ ପଟେ ତ ଏହା ଯେ ଭାରତର ନେତା ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶର ନିର୍ବାଚନକୁ ପ୍ରଭାବିତ କରୁଛନ୍ତି। ତେଣୁ ବର୍ବ କରିବାର କଥା।
ଆଉ ଅନ୍ୟପଟେ କ’ଣ ଅଛି? ଅନ୍ୟପଟେ ଇଟାଲୀରେ ଯେଉଁ ଦଳର ସରକାର ନାହିଁ, ଯାହାଙ୍କୁ ଦୂରଦୂରାନ୍ତ ପର୍ଯ୍ୟନ୍ତ କୌଣସି କ୍ଷମତା ମିଳିବାର ସୌମ୍ଭାବନା ନାହିଁ, ସେହି ଦେଶରୁ ଜଣେ ନେତା ଆସେ ଏବଂ ରାହୁଲ ଗାନ୍ଧିଙ୍କ ପାଇଁ “ଭୋଟ୍ ଚୋର୍ ଗଦ୍ଦି ଛୋଡ୍” ଭଳି ସ୍ଲୋଗାନ ଲଗାଏ ଏବଂ ରାହୁଲ ଗାନ୍ଧି ହସି ହସି, ଆନନ୍ଦରେ ଭରପୂର ହୋଇ ତାଳି ବଜାଉଛନ୍ତି। ଚିନ୍ତା କେବଳ ତାଙ୍କର ତାଳି ବଜାଇବା ନୁହେଁ, ଚିନ୍ତା ହେଉଛି ସେହି କଂଗ୍ରେସ କର୍ମୀଙ୍କ ପାଇଁ, ଯାହାଙ୍କୁ କୌଣସି ବି ମୂଲ୍ୟରେ ଏହି ଦେଶର ବିରୋଧ କଦାପି ବରଦାସ୍ତ ହେବ ନାହିଁ।
ବିଦେଶୀ ମାଟିରେ ଭାରତ ବିରୋଧୀ ଷଡ଼ଯନ୍ତ୍ର
ଏହା ଦେଶର ବିରୋଧ ନୁହେଁ କି ଯେତେବେଳେ ଆପଣ କୌଣସି ବିଦେଶୀ ନେତାଙ୍କ ଜରିଆରେ ‘ଭୋଟ୍ ଚୋର୍ ଗଦ୍ଦି ଛୋଡ୍’ ସ୍ଲୋଗାନ ଲଗାଉଛନ୍ତି? ଆଜି ପରିସ୍ଥିତି ଏଭଳି ହୋଇଛି ଯେ କୌଣସି ପ୍ରମାଣର ଆବଶ୍ୟକତା ନାହିଁ, ଖୋଦ୍ ରାହୁଲ ଗାନ୍ଧି ନିଜେ ପ୍ରମାଣ ଖୋଜି ଖୋଜି ଦେଉଛନ୍ତି।
ରାହୁଲ ଗାନ୍ଧି ନିଜେ କହୁଛନ୍ତି ଯେ ଭୋଟ ଚୋରୀର ପ୍ରମାଣ ଅଛି। ଆପଣ ଟିକେ ଚିନ୍ତା କରନ୍ତୁ, କଂଗ୍ରେସ ପାର୍ଟି ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କେଉଁ ସ୍ତରକୁ ଚାଲିଯାଇଛି? ଆଉ ଭୋଟ୍ ଦେବାର ଅଧିକାର କାହାର ଥାଏ? ଯେଉଁ ବ୍ୟକ୍ତି ଭାରତର ନାଗରିକ ହୋଇଥିବ, ଯାହାଙ୍କ ବୟସ ୧୮ ବର୍ଷରୁ ଉର୍ଦ୍ଧ୍ୱ ହୋଇଥିବ, କେବଳ ସେହି ବ୍ୟକ୍ତି ହିଁ ଭୋଟ୍ ଦେବ। ମତାଧିକାର ତ କେବଳ ତାଙ୍କର ହିଁ ରହିବ, ଯିଏ ଆମ ଦେଶର ନାଗରିକ ଅଟନ୍ତି।

ଆଉ ଜର୍ଜିଆ ମେଲୋନୀଙ୍କୁ ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମେଲୋଡି ଚକୋଲେଟ୍’ ଦେଲେ, ତେବେ ଆପଣ ଏହାକୁ ଏକ ‘ଲାଇଟର୍ ଡିପ୍ଲୋମେସି’ ବୋଲି କହିପାରିବେ। କିନ୍ତୁ କଂଗ୍ରେସରେ ସନ୍ଦୀପ ଦୀକ୍ଷିତ ଏବଂ ରାହୁଲ ଗାନ୍ଧି ଯାହା କଲେ, ତାହା କ’ଣ ଥିଲା? ତାହା ଥିଲା ଏକ ଘଟିଆ ହରକତ!
ଗଣମାଧ୍ୟମ ବିତର୍କ, ଅଡ଼ୁଆ ପ୍ରଶ୍ନ ଏବଂ ପ୍ରଧାନମନ୍ତ୍ରୀଙ୍କ ସହିତ ତୁଳନା
ଆଉ ଏକ ଜିନିଷ ଆରମ୍ଭ ହୋଇଯାଇଛି—କଂଗ୍ରେସ ପାର୍ଟିକୁ ଏହା ଲାଗୁଛି ଯେ ଆମେ ବର୍ତ୍ତମାନ ଆକ୍ରମଣାତ୍ମକ ହୋଇଯିବୁ ଏବଂ ଯାହାକିଛି ଓଲଟପାଲଟ କଥା କହିବୁ। ଯଦି ଗୋଟିଏ କଥା ଥାଏ, ତେବେ ଚାରି, ଛଅ, ଦଶଟି କଥା ଯୋଡି କରି ଡିବେଟ୍କୁ ଆସିବୁ ଏବଂ ସେହି ସବୁ କଥା କହିବାକୁ ଲାଗିବୁ। ମୂଳ ପ୍ରସଙ୍ଗ ଉପରେ ଆଉ କଥା ହେବୁ ନାହିଁ ଏବଂ ପ୍ରସଙ୍ଗକୁ ବାଟବଣା କରିଦେବୁ। କିନ୍ତୁ ବାସ୍ତବରେ ଏପରି ହୁଏ ନାହିଁ। ଡିବେଟ୍ରେ ଆପଣ କିଛି ବି ଓଲଟପାଲଟ କଥା କହିଦେଲେ ସେଥିରେ ମୂଳ କଥାଟି ଦବିଯିବ କି।
ଆଜିକାଲିର ଜନତା ସବୁକିଛି ଜାଣନ୍ତି। ସେମାନେ ମାତ୍ର ୩୦ ସେକେଣ୍ଡରେ ଫ୍ୟାକ୍ଟ-ଚେକ୍ କରିନେବେ। ସେମାନେ ବୁଝିଯିବେ ଯେ ଡିବେଟ୍ରେ ରାହୁଲ ଗାନ୍ଧିଙ୍କ ପାଖରେ କହିବା ପାଇଁ କୌଣସି କଥା ନଥିଲା, କୌଣସି ଯୁକ୍ତି ନଥିଲା ଏବଂ ତାଙ୍କର ଏଭଳି ହରକତଗୁଡ଼ିକୁ ବଞ୍ଚାଇ ପାରୁନାହାଁନ୍ତି, ତେଣୁ ସେ ଏଭଳି ଓଲଟପାଲଟ କଥା କହୁଛନ୍ତି।
କିନ୍ତୁ କ’ଣ ସେହି ଓଲଟପାଲଟ ହରକତ ଦ୍ୱାରା ଦେଶର ବିଶ୍ୱାସ ଜିତାଯାଇ ପାରିବ? ଏହାର ଉତ୍ତର ହେଉଛି—ନା, ଜିତାଯାଇ ପାରିବ ନାହିଁ। ଆଉ ପ୍ରତିଟି ଟିଭି ଡିବେଟ୍ରେ, ପ୍ରତିଥର ଯଦି ଆପଣ ଏହା ଭାବନ୍ତି ଯେ ରାହୁଲ ଗାନ୍ଧି ଆହ୍ୱାନ ଦେଇଛନ୍ତି, ନରେନ୍ଦ୍ର ମୋଦୀ ଆସୁନାହାଁନ୍ତି, ଡିବେଟ୍ କରୁନାହାଁନ୍ତି, ଏଥିରୁ ଆପଣ କିଛି ହାସଲ କରିନେବେ, ତେବେ ମୁଁ ଆପଣମାନଙ୍କୁ ପୁଣିଥରେ ମନେପକାଇ ଦେଉଛି—୨୦୦୯ ମସିହାରେ ଏଲ୍.କେ. ଆଡ଼ଭାନୀ ମଧ୍ୟ ଏପରି କରିଥିଲେ।
ଆଡ଼ଭାନୀଙ୍କୁ ମନମୋହନ ସିଂହ କହିଥିଲେ ମୋ ସହିତ ଡିବେଟ୍ କରାଇ ମୁଁ କାହିଁକି ତାଙ୍କୁ ଜଣେ ବିକଳ୍ପ ପ୍ରଧାନମନ୍ତ୍ରୀ ଭାବରେ ପ୍ରତିଷ୍ଠିତ କରିବି,? ତେଣୁ ନରେନ୍ଦ୍ର ମୋଦୀ କାହିଁକି କରିବେ? ମନମୋହନ ସିଂହ ତଥାପି ରାଜ୍ୟସଭା ମାଧ୍ୟମରେ ଆସୁଥିଲେ, ତାଙ୍କୁ ତ ସୋନିଆ ମନୋନୀତ କରିଦେଉଥିଲେ। କିନ୍ତୁ ନରେନ୍ଦ୍ର ମୋଦୀ ତ ନିଜର ଶକ୍ତି ବଳରେ ଆସିଛନ୍ତି, କ୍ରମାଗତ ଭାବରେ ଗୁଜରାଟ ଜିତିଛନ୍ତି, ଦେଶରେ କ୍ରମାଗତ ଭାବରେ ନିର୍ବାଚନ ଜିତିଛନ୍ତି। ସେ କାହିଁକି ଭଲା ରାହୁଲ ଗାନ୍ଧିଙ୍କ ସହିତ ଡିବେଟ୍ କରିବାକୁ ଯିବେ?
ଆଉ ଭାରତରେ ‘ପ୍ରେସିଡେନ୍ସିଆଲ୍ ଫର୍ମ ଅଫ୍ ଇଲେକ୍ସନ୍’ ନାହିଁ, ଯାହା ଆମେରିକାରେ ହୋଇଥାଏ, ଯେଉଁଠାରେ ଏକ ଟେଲିଭାଇଜଡ ଡିବେଟ୍ ହୋଇଥାଏ। କିନ୍ତୁ ଭାରତରେ ଏପରି ଡିବେଟ୍ ହୁଏ ନାହିଁ, କାରଣ ଏଠାରେ ପ୍ରେସିଡେନ୍ସିଆଲ୍ ଫର୍ମ ଅଫ୍ ଇଲେକ୍ସନ୍ ନାହିଁ।
ଆଉ ଆମ ଦେଶରେ ଡିବେଟ୍ ପାଇଁ ସଂସଦ ରହିଛି। ସଂସଦକୁ ଆସନ୍ତୁ, ଡିବେଟ୍ କରନ୍ତୁ, କେତେ ଆନନ୍ଦ ଆସିବ! କିନ୍ତୁ ଏଠାରେ ତ ‘ଡରୋ ମତ୍, ଭାଗୋ ମତ୍’ ଏହା କହୁ କହୁ ରାହୁଲ ଗାନ୍ଧି ଦୌଡ଼ି ପଳାନ୍ତି। ‘ଡରୋ ମତ୍, ଡରୋ ମତ୍’ କହୁ କହୁ ସେ ଏତେ ଭୟଭୀତ ଦେଖାଯାଆନ୍ତି ଯେ କ’ଣ ବା କହିବା!
ବିଦେଶୀ ସହଯୋଗ ଏବଂ ଭାରତୀୟ ଗଣତନ୍ତ୍ର
ରାହୁଲ ଗାନ୍ଧିଙ୍କର କୋଏଲିସନ୍ ପାର୍ଟନର ଅଖିଲେଶ ଯାଦବ ଅଛନ୍ତି, ଶରଦ ପାୱାର ଅଛନ୍ତି, ହେମନ୍ତ ସୋରେନ୍ ଅଛନ୍ତି, ଅନ୍ୟମାନେ ମଧ୍ୟ ଅଛନ୍ତି, ବର୍ତ୍ତମାନ ତ ସିଜେପି ମଧ୍ୟ ଆସିଯାଇଛି—କିନ୍ତୁ ଜଣେ ବିଦେଶୀ ସହଯୋଗୀ, ଜଣେ ବିଦେଶୀ ରାଜନେତା ଆସି ଭାରତର ନିର୍ବାଚନ ବ୍ୟବସ୍ଥାରେ ହସ୍ତକ୍ଷେପ କରିବେ ଏବଂ ହସ୍ତକ୍ଷେପ କରି ଭାରତର ଲୋକମାନଙ୍କର ବିଶ୍ୱାସ ଜିତାଇ ପାରିବେ, ଏହା ତ କଦାପି ହେବ ନାହିଁ।
ଏହା ଏକ ବହୁତ ବଡ଼ ‘ଖରାପ ପରମ୍ପରା’। ସେଥିପାଇଁ ମୁଁ ଜର୍ଜିଆ ମେଲୋନୀ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ଉଦାହରଣ ମଧ୍ୟ ଦେଇଥିଲି। ଏହାର ସେମାନଙ୍କ ସହିତ କୌଣସି ତୁଳନା ହିଁ ହୋଇପାରିବ ନାହିଁ! ଗୋଟିଏ ପଟେ ବିଦେଶୀ ରାଷ୍ଟ୍ରାଧ୍ୟକ୍ଷମାନେ ଆମ ଦେଶର ପ୍ରଧାନମନ୍ତ୍ରୀଙ୍କୁ ନିଜର ପ୍ରଚାର ପାଇଁ ବ୍ୟବହାର କରନ୍ତି, ଏବଂ ଅନ୍ୟପଟେ ରାହୁଲ ଗାନ୍ଧି ଦେଶର କ୍ଷମତା ହାସଲ କରିବା ପାଇଁ ବିଦେଶୀମାନଙ୍କୁ ଡାକୁଛନ୍ତି।
ଆପଣ ଟିକେ କଳ୍ପନା କରନ୍ତୁ, କୌଣସି ବିଦେଶୀ ରାଷ୍ଟ୍ରାଧ୍ୟକ୍ଷ ମଧ୍ୟ ନୁହଁନ୍ତି, କେହି ଏପରି ନୁହଁନ୍ତି ଯେ ଅନ୍ୟ ଦେଶର କୌଣସି ଶକ୍ତିଶାଳୀ ନେତା କହୁଛନ୍ତି ଯେ ନା, ରାହୁଲ ଗାନ୍ଧି ଆଗକୁ ଆସିଲେ ଜଣେ ବହୁତ ଭଲ ପ୍ରଧାନମନ୍ତ୍ରୀ ହେବେ। ଏହା ରାହୁଲ ଗାନ୍ଧିଙ୍କ ଭିଜନ୍ ଉପରେ ଆଲୋଚନା ହେବା କଥା ଥିଲା, ଏହି ଆଲୋଚନା ଏହି କଥା ଉପରେ ହେବା କଥା ଥିଲା ଯେ ରାହୁଲ ଗାନ୍ଧି କିପରି ନିଜର ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବେ। ଟିକେ ଚିନ୍ତା କରନ୍ତୁ, ସେଥିରୁ କିଛି ମିଳିଲା ନାହିଁ!
କଂଗ୍ରେସ କର୍ମୀଙ୍କ ପାଇଁ ଚିନ୍ତା ଏବଂ ଗଣତନ୍ତ୍ରର ମୂଲ୍ୟବୋଧ
ଆଉ ଏବେ ଯାହା ବି ପରିସ୍ଥିତି ଅଛି, ଏହି ପରିସ୍ଥିତିରେ କଂଗ୍ରେସର ଲୋକମାନଙ୍କୁ ଚିନ୍ତା କରିବାକୁ ପଡ଼ିବ। କାରଣ ଦେଶରେ ରାଜନୀତି ଭଲ ଭାବରେ ଚାଲୁ, ଗଣତନ୍ତ୍ର ଭଲ ରହୁ, ସମ୍ବିଧାନ ବହୁତ ଭଲ ଭାବରେ ଆଗକୁ ବଢ଼ୁ, ସମ୍ବିଧାନ ମଜଭୁତ ଏବଂ ଶକ୍ତିଶାଳୀ ହେଉ—ସେଥିପାଇଁ ଏହା ଆବଶ୍ୟକ ଯେ ବିରୋଧୀ ପାର୍ଟି ମଧ୍ୟ ଦେଶହିତର ପ୍ରସଙ୍ଗଗୁଡ଼ିକୁ ନେଇ ଆଗକୁ ବଢ଼ୁ। ଜିତିବା ତ ଆପଣଙ୍କୁ ଜନତାଙ୍କ ପଛରେ ପଡ଼ିକରି ହିଁ କରିବାକୁ ପଡ଼ିବ!
ବର୍ତ୍ତମାନ ରାହୁଲ ଗାନ୍ଧି ତ କିଛି ବି କହିଦିଅନ୍ତି ଯେ ୨୦୧୪ରେ ଫଣ୍ଡିଂ ପଇସାରୁ ନିର୍ବାଚନ ଜିତିଗଲେ ନରେନ୍ଦ୍ର ମୋଦୀ। କଳ୍ପନା କରନ୍ତୁ, ୨୦୧୪ରେ ତ କଂଗ୍ରେସର ସରକାର ଥିଲା! ଏବଂ ସମସ୍ତେ ଜାଣନ୍ତି ଯେ କ୍ଷମତାର ଏବଂ ସରକାରୀ ଯନ୍ତ୍ରପାତିର ଦୁରୁପଯୋଗ କରିବାରେ କଂଗ୍ରେସ ପାର୍ଟିଠାରୁ ଭଲ ଆଉ କିଏ ହୋଇପାରେ?
କିଛିବର୍ଷ ପୂର୍ବ ପର୍ଯ୍ୟନ୍ତ ତ ଏହା କୁହାଯାଉଥିଲା ଯେ କ୍ଷମତାରେ ଯେକେହି ବି ଆସିଯାଉ, କିନ୍ତୁ କଂଗ୍ରେସ ପାର୍ଟି କେଉଁଠି? ଭାରତୀୟ ଜନତା ପାର୍ଟି ଯେତେବେଳେ କ୍ଷମତାକୁ ଆସିଯାଏ, କିନ୍ତୁ ତାର ପ୍ରକୃତି ବିରୋଧୀ ଦଳ ଭଳି ଥାଏ, ସେ ବିରୋଧୀ ଦଳ ଭଳି ବ୍ୟବହାର କରିଥାଏ। ବର୍ତ୍ତମାନ ନରେନ୍ଦ୍ର ମୋଦୀ ସେହି ସବୁ ଧାର୍ଯ୍ୟ ପରିଭାଷା, ଧାର୍ଯ୍ୟ ବ୍ୟବସ୍ଥା ଥିଲା—ସେଗୁଡ଼ିକୁ ସବୁ ଭାଙ୍ଗି ଦେଇ, ବଦଳାଇ ଦେଇଛନ୍ତି।

ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି କ୍ଷମତାଧାରୀ ପାର୍ଟି ଭଳି ବ୍ୟବହାର କରିବାକୁ ଲାଗିଲା, ସେହିପରି ଭାବରେ କାମ କରିବାକୁ ଲାଗିଲା। ଏହି କଥା ହୁଏତ କଂଗ୍ରେସ ପାର୍ଟିକୁ ଏବେ ହଜମ ହେଉନାହିଁ। ଠିକ ଅଛି, କଂଗ୍ରେସର ଲୋକମାନେ ଯଦି ଏହା ଭାବନ୍ତି ଯେ ଏହିପରି ଭାବରେ ସେମାନେ ଦେଶର ଜନତାର ବିଶ୍ୱାସ ଜିତିପାରିବେ—କାରଣ ୫ ବର୍ଷ, ୧୦ ବର୍ଷ, ୧୫ ବର୍ଷ ଯେକୌଣସି ଗଣତନ୍ତ୍ରରେ ଯତେବେଳେ ସରକାର ରହେ, ସେତେବେଳେ ବହୁତ ସବୁ ପ୍ରସଙ୍ଗ ଆସିଯାଏ, ଯେଉଁଥିରେ ଅସହମତି, ଅସନ୍ତୋଷ, ରାଗ, କ୍ରୋଧ ରହିପାରେ—କିନ୍ତୁ ଯେତେ ଅସହମତି, ଯେତେ ଅସନ୍ତୋଷ, ଯେତେ କ୍ରୋଧ ଥାଉନା କାହିଁକି, ତା’ପରେ କ’ଣ ଏହା ସମ୍ଭବ ଯେ ଆପଣ ଜଣେ ବିଦେଶୀର ‘ଭୋଟ୍ ଚୋର୍ ଗଦ୍ଦି ଛୋଡ୍’ ସ୍ଲୋଗାନ ଲଗାଇବା ସମୟରେ ତା’ ସହିତ ଠିଆ ହୋଇଯିବେ? ଏହା କଦାପି ସମ୍ଭବ ନୁହେଁ!
ବିକାଶର ପ୍ରସଙ୍ଗ
ଆଉ ଆପଣ ଟିକେ ଚିନ୍ତା କରନ୍ତୁ, ଏବେ ମାତ୍ର ଦୁଇ ଦିନ ପୂର୍ବରୁ ହିଁ ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଡି.କେ. ଶିବକୁମାର—ଏକାଠି ପତାକା ହଲାଇଥିଲେ, ମେଟ୍ରୋର ଉଦ୍ଘାଟନ କରୁଥିଲେ। ଯେତେବେଳେ ଡି.କେ. ଶିବକୁମାର କହିଲେ ଯେ, ଅପ୍ରୁଭାଲ୍ ଦରକାର, ପଇସା ଦରକାର, ଫଣ୍ଡିଂ ଦରକାର, ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ଯେ ବେଙ୍ଗାଲୁରୁରେ ମେଟ୍ରୋ ରେଳ ୧୭ କି.ମି.ରୁ ୧୦୦ କି.ମି. ପାର କରିଗଲା!
ଏବେ କାହିଁକି ରାହୁଲ, କଂଗ୍ରେସ କେବଳ ଏବଂ କେବଳ ‘ଏକଛତ୍ରବାଦ ମୋଡ୍’ରେ ରହି, ଭାରତର ସାର୍ବଭୌମତ୍ୱକୁ ଚ୍ୟାଲେଞ୍ଜ କରି ବିଦେଶୀ ଶକ୍ତିକୁ ଭାରତରେ ଉତ୍ସାହିତ କରୁଛନ୍ତି। ଏହା ହୋଇପାରେ, ଯେତେବେଳେ ଭାରତ ମଜଭୁତ ରହିବ ଏବଂ ଭାରତରେ କଂଗ୍ରେସର ମଧ୍ୟ ଏକ ମଜଭୁତ ସରକାର ରହିବ, ତେବେ ତାକୁ ମଧ୍ୟ ବିଦେଶୀ ଶକ୍ତିମାନେ ଡିଷ୍ଟର୍ବ କରିବାର ପ୍ରୟାସ କରିବେ। ସେଥିପାଇଁ ମୁଁ କହୁଛି ଯେ ଏହା ଉପରେ ଟିକେ ଚିନ୍ତା କରନ୍ତୁ—ଏହି ତାଳି ବଜାଇବା ରାହୁଲ ଗାନ୍ଧିଙ୍କୁ କେତେ ଭାରୀ ପଡ଼ିବାକୁ ଯାଉଛି?
also read
Bhartruhari poses a dilemma for the BJD II ବିଜେଡିକୁ ଅଡୁଆ ଭର୍ତ୍ତୃହରି
https://purvapaksa.com/bhartruhari-poses-a-dilemma-for-the-bjd/


