odisha assembly: ଗନ୍ଧମାର୍ଦ୍ଦନ ପାହାଡ଼ର ଇଞ୍ଚେ ବି ଜମି ମୋହନ ସରକାର କାହାକୁ ଦେବେ ନାହିଁ। ଯଦି ମୋହନ ସରକାର ସେ କାମ କରନ୍ତି ତେବେ ଜନଆନ୍ଦୋଳନରେ ନିଜେ ସାମିଲ ହେବେ ବୋଲି କେ.ଭି ସିଂହଦେଓ କହିଛନ୍ତି
ଆଜି ବିଧାନସଭାରେ ଉଠିଲା ଗନ୍ଧମାର୍ଦ୍ଦନ ପାହାଡ଼ ଜମି ପ୍ରସଙ୍ଗ। ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତର ରଖି ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ କହିଛନ୍ତି କି, ଆଦାନୀକୁ ଜମି କିଣିବାକୁ ବିଜେଡି ସରକାର ଅନୁମତି ଦେଇଥିଲେ। ହେଲେ ଗନ୍ଧମାର୍ଦ୍ଦନ ପାହାଡ଼ର ଇଞ୍ଚେ ବି ଜମି ମୋହନ ସରକାର କାହାକୁ ଦେବେ ନାହିଁ। ଯଦି ମୋହନ ସରକାର ସେ କାମ କରନ୍ତି ତେବେ ଜନଆନ୍ଦୋଳନରେ ନିଜେ ସାମିଲ ହେବେ ବୋଲି କେ.ଭି ସିଂହଦେଓ କହିଛନ୍ତି। ବିଜେଡିକୁ ପାଲଟା ପ୍ରଶ୍ନ କରି ସେ କହିଛନ୍ତି କି, ଗୃହରେ ବିଜେଡି ସଦସ୍ୟ ସ୍ୱୀକାର କରନ୍ତୁ ଯେ, ଆଦାନୀକୁ ଜମି କିଣିବାକୁ ବିଜେଡି ସରକାର ଅନୁମତି ଦେଇଥିଲେ।
ଗନ୍ଧମାର୍ଦ୍ଦନ ପାହାଡ଼ର ଇଞ୍ଚେ ବି ଜମି ମୋହନ ସରକାର କାହାକୁ ଦେବେ ନାହିଁ। ଯଦି ମୋହନ ସରକାର ସେ କାମ କରନ୍ତି ତେବେ ଜନଆନ୍ଦୋଳନରେ ନିଜେ ସାମିଲ ହେବେ ବୋଲି କେ.ଭି ସିଂହଦେଓ କହିଛନ୍ତି। ଏନେଇ ଆଲୋଚନା ଆରମ୍ଭ କରି ଉଦବେଗ ପ୍ରକାଶ କରିଥିଲେ ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଥିଲେ କି, ପୂର୍ବ ସରକାର ସମୟରେ ଗନ୍ଧମାର୍ଦ୍ଦନରୁ ବକ୍ସସାଇଟ ଖନନ ପାଇଁ ଅନୁମତି ଦିଆଯାଇଥିଲା, ତାହାକୁ ନେଇ ଜନ ଆନ୍ଦୋଳନ ଦେଖିବାକୁ ମିଳିଥିଲା। ଫଳରେ ସରକାର ଅନୁମତି ପ୍ରତ୍ୟାହାର କରିନେଇଥିଲେ। ଏବେ କିନ୍ତୁ ସରକାର ଗନ୍ଧମାର୍ଦ୍ଦନକୁ କମ୍ପାନୀ ହାତକୁ ଟେକି ଦେବାକୁ ଯାଉଛନ୍ତି। ଯେଉଁଠି ସରକାର ପରିବେଶର ମଙ୍ଗଳ ପାଇଁ ଜଙ୍ଗଲ ସୃଷ୍ଟି କରିବା କଥା, ତାହାକୁ ସରକାର ନଷ୍ଟ କରିବାକୁ ବସିଛନ୍ତି ।
ଏହାକୁ ନେଇ ସ୍ଥାନୀୟ ଲୋକେ ଜନଆନ୍ଦୋଳନ ଆରମ୍ଭ କଲେଣି । ଏହାସହ ଗନ୍ଧମାର୍ଦ୍ଦନ ପାଦଦେଶରେ ଆଦାନୀ ଗ୍ରୁପକୁ ଜମି କିଣିବାକୁ ସରକାର ଅନୁମତି ଦେଇଛନ୍ତି କି ? ଗନ୍ଧମାର୍ଦ୍ଦନ ପାହାଡରୁ ବକ୍ସାଇଟ ଖନନ ପାଇଁ କାହାକୁ ଦେବାକୁ ଲକ୍ଷ୍ୟ ରଖାଯାଇଛି ସରକାର ସ୍ପଷ୍ଟ କରନ୍ତୁ । ଏହାସହ ରାଜ୍ୟ ସରକାରଙ୍କ ବିନା ଯଦି ଆଦାନୀ ଗ୍ରୁପ ଜମି କିଣିବାକୁ ସରକାର ଅନୁମତି ନ ଦେଇଛନ୍ତି ତେବେ ସରକାର ସେ କମ୍ପାନୀ ଉପରେ କାର୍ଯ୍ୟାନୁଷ୍ଠାନ ନେବେ କି ବୋଲି ପ୍ରସନ୍ନ ଆଚାର୍ଯ୍ୟ ପ୍ରଶ୍ନ କରିଥିଲେ ।
ଖାଲି ବିଧାନସଭାରେ ନୁହେଁ, ଆଜି ସଂସଦରେ ମଧ୍ୟ ଆଦାନୀ ଝଡ଼ ଦେଖିବାକୁ ମିଳିଛି। ଆଦାନୀ ଲାଞ୍ଚ ବିବାଦ, ନିକଟରେ ଉତ୍ତରପ୍ରଦେଶର ସମ୍ଭଲରେ ହୋଇଥିବା ହିଂସା ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ବିରୋଧ ପ୍ରଦର୍ଶନ ଯୋଗୁଁ ବୁଧବାର ସଂସଦର ଉଭୟ ଗୃହର କାର୍ଯ୍ୟ ବନ୍ଦ ହୋଇଯାଇଥିଲା। ଅଧିବେଶନ ଆରମ୍ଭରେ କଂଗ୍ରେସ ସମେତ ବିରୋଧୀ ସଦସ୍ୟମାନେ ବିରୋଧ କରିବା ସହ ବିଭିନ୍ନ ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିବାରୁ ପ୍ରଥମେ ଲୋକସଭା କାର୍ଯ୍ୟ ମଧ୍ୟାହ୍ନ ୧୨ଟା ଏବଂ ପରେ ଗୁରୁବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। କଂଗ୍ରେସ ଓ ସମାଜବାଦୀ ପାର୍ଟିର କିଛି ସଦସ୍ୟ ଗୃହରେ ଥିବା ବେଳେ ଅନ୍ୟ ବିରୋଧୀ ସଦସ୍ୟମାନେ ରାସ୍ତାରେ ଠିଆ ହୋଇ ସ୍ଲୋଗାନ ଦେଇଥିଲେ।
ଅନ୍ୟପକ୍ଷରେ ଆଦାନୀ ଗ୍ରୁପ୍ ସହ ଜଡ଼ିତ ଲାଞ୍ଚ ଅଭିଯୋଗ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ସଦସ୍ୟମାନେ ଜିଦ୍ ଧରିବାରୁ ବୁଧବାର ରାଜ୍ୟସଭା କାର୍ଯ୍ୟକୁ ଦିନକ ପାଇଁ ସ୍ଥଗିତ ରଖାଯାଇଛି। ବିରୋଧୀଙ୍କ ବିରୋଧ ଯୋଗୁଁ ସକାଳ ଅଧିବେଶନରେ କାର୍ଯ୍ୟକୁ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଥିଲା ଏବଂ ପୂର୍ବାହ୍ନ ସାଢ଼େ ୧୧ଟାରେ ଗୃହ ପୁଣି ଥରେ ଆରମ୍ଭ ହେବା ପରେ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଫଳରେ ଅଧ୍ୟକ୍ଷ ଜଗଦୀପ ଧନଖର ଗୃହ ଠିକ୍ ନଥିବା କହି କାର୍ଯ୍ୟକୁ ଦିନତମାମ ସ୍ଥଗିତ ରଖିଛନ୍ତି। ନିର୍ଦ୍ଧାରିତ କାର୍ଯ୍ୟକୁ ସ୍ଥଗିତ ରଖିବା ଏବଂ ନୋଟିସରେ ଉଲ୍ଲେଖ ଥିବା ପ୍ରସଙ୍ଗଗୁଡ଼ିକୁ ଉଠାଇବା ପାଇଁ ଧନଖର ଗୃହର ନିୟମ ୨୬୭ ଅନୁଯାୟୀ ୧୮ଟି ନୋଟିସକୁ ପ୍ରତ୍ୟାଖ୍ୟାନ କରିବା ପରେ ଏହି ବିବାଦ ଆରମ୍ଭ ହୋଇଥିଲା।
ଏହି ଭୁଲ ଅଭିଯୋଗର ତଦନ୍ତ ପାଇଁ ଜେପିସି ଗଠନ ଦାବି ସମ୍ପର୍କିତ ନୋଟିସ ସୋମବାର ସଂସଦ କାର୍ଯ୍ୟକୁ ଆଜି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା କାରଣ ବିରୋଧୀ ଦଳମାନେ ଆଦାନୀଙ୍କ ଅଭିଯୋଗ ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଥିଲେ। ଗୌତମ ଆଦାନୀ, ତାଙ୍କ ପୁତୁରା ସାଗର ଆଦାନୀ ଏବଂ ଅନ୍ୟ ଜଣେ ପ୍ରମୁଖ କାର୍ଯ୍ୟନିର୍ବାହୀ ଭିନୀତ ଜୈନଙ୍କ ବିରୋଧରେ ଆମେରିକାର ନ୍ୟାୟ ବିଭାଗ ସୌର ବିଦ୍ୟୁତ ଯୋଗାଣ ପାଇଁ ଚୁକ୍ତି ଜିତିବା ପାଇଁ ଭାରତୀୟ ଅଧିକାରୀମାନଙ୍କୁ ୨୬୫ ନିୟୁତ ଡଲାର ଲାଞ୍ଚ ଦେବାର ଏକ ଯୋଜନାରେ ସାମିଲ ଥିବା ଅଭିଯୋଗ ଆଣିଛି।
ବୁଧବାର ଆଦାନୀ ଗ୍ରୁପ୍ କହିଛି ଯେ ଗୌତମ ଆଦାନୀ କିମ୍ବା ତାଙ୍କ ପୁତୁରା ସାଗରଙ୍କ ବିରୋଧରେ ଲାଞ୍ଚ ମାମଲାରେ ଦାଏର ହୋଇଥିବା ଅଭିଯୋଗରେ ଆମେରିକୀୟ ବୈଦେଶିକ ଦୁର୍ନୀତି ଅଭ୍ୟାସ ଆଇନ (ଏଫ୍ସିପିଏ)ର କୌଣସି ଉଲ୍ଲଂଘନ ଅଭିଯୋଗ ନାହିଁ।
previous article: https://purvapaksa.com/cyclone-fengal-approaches-tamil-nadu-heavy-rain-likely/
