PM AWAS : ପୂର୍ବ ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା କେନ୍ଦକୁ ନ ଦେବାରୁ ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର ଫେରିଯାଇଛି। ୨୦୧୬ରୁ ୨୦୨୪ ମଧ୍ୟରେ ତକ୍ରାଳୀନ ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଦେଇ ନ ପାରିବା କାରଣରୁ ଏହି ଘର ଫେରି ଯାଇଥିବା ଗୃହରେ ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ।
ମଙ୍ଗଳବାର ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ଗରିବଙ୍କୁ ଆବାସ ଘର ବଣ୍ଟନ ପ୍ରସଙ୍ଗ ଗୃହରେ ଝଡ଼ ଉଠିଛି। ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକଙ୍କ କହିବା ଅନୁସାରେ ପୂର୍ବ ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା କେନ୍ଦକୁ ନ ଦେବାରୁ ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର ଫେରିଯାଇଛି। ୨୦୧୬ରୁ ୨୦୨୪ ମଧ୍ୟରେ ତକ୍ରାଳୀନ ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଦେଇ ନ ପାରିବା କାରଣରୁ ଏହି ଘର ଫେରି ଯାଇଥିବା ଗୃହରେ ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ। ଏଥିସହ ଚଳିତ ବର୍ଷ ୧ ଲକ୍ଷ ୧୧ ହଜାର ୮୧୮ ଘର ନିର୍ମାଣ କରିବା ଟାର୍ଗେଟ ରଖି କାର୍ଯ୍ୟାଦେଶ ଦିଆଯାଇଛି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି।
ରାଜ୍ୟରେ ଜଣେ ହେଲେ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଞ୍ଚିତ କରାଯିବ ନାହିଁ। ଆବାସ ତାଲିକାରେ ଯେଉଁ ଅଯୋଗ୍ୟ ବ୍ୟକ୍ତିିମାନେ ଅଛନ୍ତି ସରକାର ସେଗୁଡ଼ିକୁ ନିଜେ ଯାଞ୍ଚ କରି ତାଲିକାରୁ ବାଦ୍ ଦେବାକୁ ପଦକ୍ଷେ ନେଉଛନ୍ତି। ରାଜ୍ୟର କୌଣସି ଅଯୋଗ୍ୟ ବ୍ୟକ୍ତିଙ୍କୁ ପିଏମ୍ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ନାହିଁ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ମଙ୍ଗଳବାର ବିଧାନସଭାରେ କଂଗ୍ରେସ ବିଧାୟକ ପବିତ୍ର ସାଉଁଟାଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି।
ଚଳିତ ବର୍ଷ ୧ ଲକ୍ଷ ୧୧ ହଜାର ପିଏମ୍ ଆବାସ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ବାଦ୍ ପଡ଼ିଥିବା ୫୦ ହଜାର ୯୬୩ ହିତାଧିକାରୀଙ୍କ ଦରଖାସ୍ତର ପୁନର୍ବିଚାର କରାଯିବ। ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯିବ ବୋଲି ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି।
ଓଡ଼ିଶାରେ ଗତ ୫ ବର୍ଷରେ ୧୨ଲକ୍ଷ ୬୨୧ ଗୃହ ନିର୍ମାଣ ପାଇଁ କେନ୍ଦ୍ର ସରକାର ଧାର୍ଯ୍ୟ କରିଥିଲେ। ସେଥିମଧ୍ୟରୁ ୧୧ ଲକ୍ଷ ୭୬ ହଜାର ୫୩ଟି ଗୃହକୁ ମଞ୍ଜୁର ହୋଇଥିଲା। ସେଥିମଧ୍ୟରୁ ୭ ଲକ୍ଷ ୪୩ ହଜାର ୩୨୧ଟି ଗୃହ ନିର୍ମାଣ ଶେଷ ହୋଇଛି। ଅବଶିଷ୍ଟ ୪ ଲକ୍ଷରୁ ଅଧିକ ଗୃହ ନିର୍ମାଣ ଜାରି ରହିଛି। ଗତ ବାତ୍ୟା ‘ଦାନା’ରେ ୧୩ ହଜାର ୧୩୫ଟି ବାସଗୃହ ଭାଙ୍ଗିଛି ବୋଲି ମନ୍ତ୍ରୀ ଗୃହକୁ ଜଣାଇଛନ୍ତି।
ଏଥିସହ ଯେଉଁମାନଙ୍କର ମାସିକ ଆୟ ୧୦ ହଜାର ୫୦୦ ଟଙ୍କାରୁ ଅଧିକ ନ ଥିବ ସେମାନେ ପ୍ରଧାନମନ୍ତ୍ରୀ ଆବାସ ପାଇବାକୁ ଯୋଗ୍ୟ ବିବେଚିତ ହେବେ ବୋଲି ସେ ସୂଚନା ଦେଇଛନ୍ତି। ଏଥିପାଇଁ ହିତାଧିକାରୀଙ୍କ ଆଧାର କାର୍ଡ ସହ ମୋବାଇଲ୍ ନମ୍ବର ସଂଯୋଗ ଜରୁରୀ, ନିଜେ ଆବେଦନକାରୀ ବିଭାଗର ଆପରେ ଆବେଦନ କରିବେ, ଗରିବ ଲୋକଙ୍କ ଫିଙ୍ଗର ପ୍ରିଣ୍ଟ୍ ରହିବ, ଆଧାର ସଂଯୋଗ କରାଯିବ, ବାପା ପୁଅ ଭିନ୍ନ ହୋଇଥିଲେ ବି ଯୋଗ୍ୟ ଥିଲେ ଘର ମିଳିବ। ବିକଳାଙ୍ଗ, ବିଧବାଙ୍କୁ ଘର ଦିଆଯିବ।
ଯଦି କୌଣସି ଗାଁରେ ୧୫ ରୁ ୨୦ ପରିବାରର ଘର ଡିହ ନ ଥିବ ସେହିଭଳି ଗାଁକୁ କ୍ଲଷ୍ଟର କରାଯାଇ ଘର ଦିଆଯିବ। ରାସ୍ତା, ବିଜୁଳି ପାଣି ସହ ଖେଳ ପଡ଼ିଆ ଭଳି ଆନୁସାଙ୍ଗିକ ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
Also readhttps://purvapaksa.com/march-7-subhadra-application-last-date/
