ଯେତେବେଳେ ଦେଶର ସୁରକ୍ଷା ସହ ଜଡ଼ିତ ସବୁଠାରୁ ବଡ଼ ରହସ୍ୟ ଖୋଲେ, ସେତେବେଳେ ବଡ଼ ବଡ଼ ରାଜନୈତିକ ଦଳ ଏବଂ ବିଦେଶୀ ଏଜେନ୍ସିମାନଙ୍କର ମୁଖା ଖସିପଡ଼େ। ଆପଣ ସମସ୍ତେ ‘ହିନ୍ଦୁ ଆତଙ୍କବାଦ’ କିମ୍ବା ‘ଗୈରିକ ଆତଙ୍କବାଦ’ (Saffron Terror) ଶବ୍ଦ ନିଶ୍ଚୟ ଶୁଣିଥିବେ। କିନ୍ତୁ ଆପଣ ଜାଣନ୍ତି କି, ଏହି ଶବ୍ଦ କୌଣସି ବାସ୍ତବତା ନଥିଲା, ବରଂ ଏହା ଥିଲା ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଭିତରେ ବସି ରଚାଯାଇଥିବା ଏକ ବଡ଼ ରାଜନୈତିକ ଷଡ଼ଯନ୍ତ୍ର? ଏହି ସାଂଘାତିକ ସତ୍ୟ ଉପରୁ ପରଦା ହଟାଇଛନ୍ତି ସ୍ୱୟଂ ଗୃହ ମନ୍ତ୍ରାଳୟର ପୂର୍ବତନ ଅଣ୍ଡର ସେକ୍ରେଟେରୀ (ଆଭ୍ୟନ୍ତରୀଣ ସୁରକ୍ଷା ବିଭାଗ) ଆର.ଭି.ଏସ. ମଣି (RVS Mani)।
ଦେଶର ସର୍ବୋଚ୍ଚ ସମ୍ମାନ ‘ପଦ୍ମଶ୍ରୀ’ ପାଇଥିବା ଏହି ଦେଶଭକ୍ତ ଅଧିକାରୀ ଏକ ସାକ୍ଷାତକାରରେ ଏମିତି କିଛି ସତ୍ୟ କହିଛନ୍ତି, ଯାହା ୨୬/୧୧ ମୁମ୍ବାଇ ଆକ୍ରମଣ, ଇଶରତ ଜହାନ ଏନକାଉଣ୍ଟର ଏବଂ ମାଲେଗାଓଁ ବ୍ଲାଷ୍ଟ ମାମଲାର ପୂରା ଚିତ୍ରକୁ ବଦଳାଇ ଦେଇଛି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, କଂଗ୍ରେସ ନେତୃତ୍ୱାଧୀନ ୟୁପିଏ (UPA) ସରକାର ସମୟରେ ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇ ଏବଂ ଦେଶର କିଛି ପ୍ରଭାବଶାଳୀ ରାଜନେତାଙ୍କ ମଧ୍ୟରେ ଏକ ‘ଫିକ୍ସଡ୍ ମ୍ୟାଚ୍’ ଚାଲିଥିଲା, ଯାହାର ଏକମାତ୍ର ଉଦ୍ଦେଶ୍ୟ ଥିଲା ଭାରତର ବହୁସଂଖ୍ୟକ ହିନ୍ଦୁ ସମାଜକୁ ଆତଙ୍କବାଦୀ ପ୍ରମାଣିତ କରିବା ଏବଂ ନରେନ୍ଦ୍ର ମୋଦୀଙ୍କ ରାଜନୈତିକ କ୍ୟାରିୟରକୁ ଶେଷ କରିବା।
‘ହିନ୍ଦୁ ଆତଙ୍କବାଦ’ ଶବ୍ଦର ଜନ୍ମ କେମିତି ହେଲା?
ଆର.ଭି.ଏସ. ମଣି ୨୦୦୬ ରୁ ୨୦୧୦ ପର୍ଯ୍ୟନ୍ତ କେନ୍ଦ୍ର ଗୃହ ମନ୍ତ୍ରାଳୟର ଆଭ୍ୟନ୍ତରୀଣ ସୁରକ୍ଷା ବିଭାଗରେ କାର୍ଯ୍ୟ କରୁଥିଲେ। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ୨୦୧୦ ପର୍ଯ୍ୟନ୍ତ ଗୃହ ମନ୍ତ୍ରାଳୟର କୌଣସି ବି ସରକାରୀ ଫାଇଲ୍ରେ ‘ହିନ୍ଦୁ ଆତଙ୍କବାଦ’ ବୋଲି କୌଣସି ଶବ୍ଦ ହିଁ ନଥିଲା।
କାହାଣୀ ଆରମ୍ଭ ହୁଏ ୧ ଜୁନ୍ ୨୦୦୯ରୁ। ସେହି ସମୟରେ କଂଗ୍ରେସର ଜଣେ ବଡ଼ ନେତା ଦିଗବିଜୟ ସିଂହ ଗୃହ ମନ୍ତ୍ରାଳୟରେ ବସି ଅଧିକାରୀମାନଙ୍କୁ କହିଥିଲେ ଯେ, ଭାରତରେ ହିନ୍ଦୁ ଆତଙ୍କବାଦ ସହ ଜଡ଼ିତ ମାମଲାଗୁଡ଼ିକୁ ଖୋଜି ବାହାର କର। ମଣି ସେତେବେଳେ ସଫା ସଫା ମନା କରିଦେଇଥିଲେ ଯେ, ଆମର ତଦନ୍ତ ଏବଂ ଗୁପ୍ତଚର ରିପୋର୍ଟ ଅନୁସାରେ ଭାରତରେ ଏମିତି କୌଣସି ମାମଲା ନାହିଁ। ଆତଙ୍କବାଦର କୌଣସି ଧର୍ମ ନଥାଏ, କିନ୍ତୁ ରାଜନୈତିକ ଫାଇଦା ପାଇଁ ଏକ ସ୍ୱତନ୍ତ୍ର ନରେଟିଭ୍ ତିଆରି କରିବାକୁ ଚେଷ୍ଟା କରାଯାଉଥିଲା।
ମଣିଙ୍କ ଅନୁସାରେ, ଯେତେବେଳେ ଆରଏସଏସ (RSS) ମୁଖ୍ୟାଳୟ ଉପରେ ଆକ୍ରମଣ ହେଲା, ସେତେବେଳେ କଂଗ୍ରେସ ଏକ ରକ୍ଷାତ୍ମକ ରଣନୀତି ଆପଣାଇଥିଲା। ସେମାନେ ଚାହୁଁନଥିଲେ ଯେ ହିନ୍ଦୁ ସଂଗଠନ ପ୍ରତି ଜନସାଧାରଣଙ୍କ ସହାନୁଭୂତି ବଢ଼ୁ। ତେଣୁ ଏହାର କାଉଣ୍ଟର ଷ୍ଟ୍ରାଇକ ଭାବେ ‘ହିନ୍ଦୁ ବି ଆତଙ୍କବାଦୀ ହୋଇପାରନ୍ତି’ ବୋଲି ଏକ ମିଛ ଧାରଣା ଦେଶବାସୀଙ୍କ ମଗଜରେ ଭର୍ତ୍ତି କରିବାକୁ ଚେଷ୍ଟା କରାଗଲା।
୨୦୧୦ ଜୁଲାଇ ମାସରେ ଗୃହ ମନ୍ତ୍ରାଳୟର ଜଣେ ଯୁଗ୍ମ ସଚିବ (Joint Secretary) କୌଣସି ଆଇବି (Intelligence Bureau) ରିପୋର୍ଟ କିମ୍ବା ବାସ୍ତବ ପ୍ରମାଣ ବିନା, କେବଳ ରାଜନୈତିକ ଚାପରେ ଆସି ଫାଇଲ୍ରେ ଲେଖିଦେଲେ ଯେ ‘ହିନ୍ଦୁ ଆତଙ୍କବାଦର କିଛି ମାମଲା ଅଛି ଏବଂ ଏହାର ଯାଞ୍ଚ ହେବା ଦରକାର’। ଏହିଭଳି ଭାବେ ସରକାରୀ ସ୍ତରରେ ଏକ ମିଥ୍ୟାର ଜନ୍ମ ହେଲା, ଯାହା ପରବର୍ତ୍ତୀ ସମୟରେ ଅନେକ ନିର୍ଦ୍ଦୋଷ ଲୋକଙ୍କ ଜୀବନ ବରବାଦ କରିଦେଲା।
ମାଲେଗାଓଁ ବ୍ଲାଷ୍ଟ ଏବଂ କର୍ଣ୍ଣେଲ ପୁରୋହିତଙ୍କ ସହ ଅତ୍ୟାଚାରର ସତ୍ୟତା
ମାଲେଗାଓଁ ବ୍ଲାଷ୍ଟ ମାମଲାକୁ ନେଇ ଆର.ଭି.ଏସ. ମଣି ଯେଉଁ ଖୁଲାସା କରିଛନ୍ତି, ତାହା ଶୁଣିଲେ ଆପଣଙ୍କ ଆଖିରୁ ଲୁହ ଚାଲିଆସିବ। ସେ କହିଛନ୍ତି ଯେ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଏବଂ କର୍ଣ୍ଣେଲ ପୁରୋହିତଙ୍କ ବିରୋଧରେ ତିଆରି ହୋଇଥିବା ପୂରା କେସ୍ ସମ୍ପୂର୍ଣ୍ଣ ମିଛ ଥିଲା। ଏହା ଏକ ପୂର୍ବ ପ୍ରସ୍ତୁତ ସ୍କ୍ରିପ୍ଟ (Preconceived Script) ଅନୁସାରେ କାମ କରୁଥିଲା।
ସେହି ସମୟରେ ମହାରାଷ୍ଟ୍ରର ATS (Anti-Terrorism Squad) ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମାନ ରାଜନୈତିକ ଦଳର ଶାସନ ଥିଲା। କର୍ଣ୍ଣେଲ ପୁରୋହିତ, ଯିଏ କି ଦେଶର ଜଣେ ଅତ୍ୟନ୍ତ ପ୍ରତିଭାବାନ ସେନା ଅଧିକାରୀ ଥିଲେ, ମାତ୍ର ୩୪ ବର୍ଷ ବୟସରେ ସେ ସିଲେକ୍ସନ ଗ୍ରେଡ୍ ଲେଫ୍ଟନାଣ୍ଟ କର୍ଣ୍ଣେଲ ହୋଇସାରିଥିଲେ। ସେ ପାକିସ୍ତାନର ଆଇଏସଆଇର ଅନେକ ସ୍ମଗଲିଂ ଏବଂ ଡ୍ରଗ୍ସ ନେଟୱର୍କକୁ ଧ୍ୱଂସ କରିଦେଇଥିଲେ। ପାକିସ୍ତାନ ଏବଂ ଭାରତ ଭିତରେ ଥିବା କିଛି ଦେଶଦ୍ରୋହୀ ଚାହୁଁନଥିଲେ ଯେ କର୍ଣ୍ଣେଲ ପୁରୋହିତ ଆର୍ମି ଚିଫ୍ କିମ୍ବା କୋର କମାଣ୍ଡର ସ୍ତରକୁ ଯାଆନ୍ତୁ।
ତେଣୁ ତାଙ୍କୁ ଫସାଇବା ପାଇଁ ଅଭିନବ ଭାରତ (Abhinav Bharat) ନାମକ ସଂଗଠନକୁ ନାଟକୀୟ ଭାବେ ବ୍ୟବହାର କରାଗଲା। କର୍ଣ୍ଣେଲ ପୁରୋହିତ ଏବଂ ସାଧ୍ୱୀ ପ୍ରଜ୍ଞାଙ୍କୁ ୨୪-୨୪ ଘଣ୍ଟା ଅମାନୁଷିକ ଭାବେ ପିଟାଯାଉଥିଲା। ତୃତୀୟ ଡିଗ୍ରୀ ନିର୍ଯାତନା ଦିଆଯାଉଥିଲା। ମଣି କହିଛନ୍ତି, କର୍ଣ୍ଣେଲ ପୁରୋହିତ ଆଜି ଯେ ଜୀବିତ ଅଛନ୍ତି ଏବଂ ନିଜ ଗୋଡ଼ରେ ଚାଲୁଛନ୍ତି, ତାହା କୌଣସି ଚମତ୍କାରଠାରୁ କମ୍ ନୁହେଁ। ଯେତେବେଳେ ଆର୍ମି ଅଫିସରଙ୍କ ଉପରେ ଏମିତି ନିର୍ଯାତନା ଚାଲିଥିଲା, ସେତେବେଳେ ଗୃହ ମନ୍ତ୍ରାଳୟ କେବଳ ଫାଇଲ୍ ଏପଟ ସେପଟ କରୁଥିଲା ଏବଂ ରାଜନୈତିକ ଆକ୍ରୋଶ ରଖି ସବୁ ସୀମା ପାର୍ କରିଯାଇଥିଲା।
୨୬/୧୧ ମୁମ୍ବାଇ ଆକ୍ରମଣ – ଆଇଏସଆଇ ଏବଂ କଂଗ୍ରେସର ‘ଫିକ୍ସଡ୍ ମ୍ୟାଚ୍’?
ସବୁଠାରୁ ବଡ଼ ବିସ୍ଫୋରଣ, ଯାହା ଭାରତ ଇତିହାସର ସବୁଠାରୁ କଳା ଦିନ ୨୬/୧୧ ମୁମ୍ବାଇ ଆକ୍ରମଣ ସହ ଜଡ଼ିତ। ଆର.ଭି.ଏସ. ମଣି ସିଧାସଳଖ ଅଭିଯୋଗ କରିଛନ୍ତି ଯେ, ୨୬/୧୧ ଆକ୍ରମଣ ପାକିସ୍ତାନର ଆଇଏସଆଇ ଏବଂ ଭାରତର ଶାସକ ଦଳ କଂଗ୍ରେସ ମଧ୍ୟରେ ଏକ ‘ଫିକ୍ସଡ୍ ମ୍ୟାଚ୍’ ଭଳି ଥିଲା। ସେ ଏହା ସମ୍ପୂର୍ଣ୍ଣ ଦାୟିତ୍ୱର ସହ କହିଛନ୍ତି।
କାହିଁକି ସେ ଏମିତି କହିଲେ? ତାଙ୍କ ପାଖରେ କଣ ପ୍ରମାଣ ଅଛି? ମଣି କୁହନ୍ତି, ସେତେବେଳର ଗୃହମନ୍ତ୍ରୀ ପି. ଚିଦାମ୍ବରମ୍ ଲୋକସଭାରେ ନିଜେ ବୟାନ ଦେଇଥିଲେ ଯେ, ଭାରତୀୟ କୋଷ୍ଟଗାର୍ଡ ଏବଂ ନେଭି ପାକିସ୍ତାନୀ ଜଳସୀମାରେ ସେହି ସନ୍ଦିଗ୍ଧ ବୋଟ୍କୁ ଚିହ୍ନଟ କରିଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ କୌଣସି ଗୁପ୍ତଚର ସୂଚନା ନମିଳିବାରୁ ସେହି ସର୍ଭେଲାନ୍ସ ବା ନଜର ରଖିବା ପ୍ରକ୍ରିୟାକୁ ବନ୍ଦ କରିଦିଆଗଲା!
ଆପଣ, ସୁରକ୍ଷା ଏଜେନ୍ସିର ନିୟମ ଅନୁସାରେ ଯଦି କୌଣସି ଶତ୍ରୁର ସୂଚନା ମିଳେ, ତେବେ ନଜର ରଖିବା ବଢ଼ାଯାଏ ନା ତାକୁ ଅଧାରୁ ବନ୍ଦ କରିଦିଆଯାଏ? ସ୍ପଷ୍ଟ ଜଣାପଡ଼ୁଛି ଯେ ଉପରୁ ନିର୍ଦ୍ଦେଶ ଆସିଥିଲା କୋଷ୍ଟଗାର୍ଡକୁ ପଛକୁ ହଟିବା ପାଇଁ।
ସେତିକି ନୁହେଁ, ଯେତେବେଳେ ମୁମ୍ବାଇରେ ଆକ୍ରମଣ ହେଲା, ସେତେବେଳେ ଏନଏସଜି କମାଣ୍ଡୋଙ୍କୁ ପଠାଇବାରେ ପ୍ରାୟ ୧୦ ରୁ ୧୨ ଘଣ୍ଟା ସମୟ ନଷ୍ଟ କରାଗଲା। କଣ୍ଟ୍ରୋଲ ରୁମ୍ରେ ବସି ଅଧିକାରୀମାନେ ଚିତ୍କାର କରୁଥିଲେ ଯେ ସ୍ଥାନୀୟ ସିଆରପିଏଫ୍ କିମ୍ବା ସିଆଇଏସଏଫକୁ ତୁରନ୍ତ ନିୟୋଜିତ କରାଯାଉ, କିନ୍ତୁ ତତ୍କାଳୀନ ଗୃହମନ୍ତ୍ରୀ ଶିବରାଜ ପାଟିଲ୍ ନିଜ ଘରୁ ବାହାରି ଏୟାରପୋର୍ଟ ଯିବା ପାଇଁ ଘଣ୍ଟା ଘଣ୍ଟା ସମୟ ନେଲେ ଏବଂ ଏୟାରପୋର୍ଟରେ ପ୍ରୋଟୋକଲ୍ ନାମରେ ସମୟ ନଷ୍ଟ କଲେ।
ଏହା ପଛର ପ୍ରକୃତ ଉଦ୍ଦେଶ୍ୟ କଣ ଥିଲା? ଆତଙ୍କବାଦୀ ଅଜମଲ କସାବ୍ର ହାତରେ ନାଲି ରଙ୍ଗର ‘କାଲାଭା’ ବା ସୂତା ବନ୍ଧାଯାଇଥିଲା। ସେମାନଙ୍କ ପାଖରୁ ନକଲି ହିନ୍ଦୁ ପରିଚୟ ପତ୍ର ମିଳିଥିଲା। ସମ୍ପୂର୍ଣ୍ଣ ଯୋଜନା ଥିଲା ଯେ ସମସ୍ତ ଆତଙ୍କବାଦୀ ମରିଯିବେ ଏବଂ କଂଗ୍ରେସ ପୂରା ଦୁନିଆ ଆଗରେ ପ୍ରମାଣ କରିଦେବ ଯେ ଏହି ଆକ୍ରମଣ ହିନ୍ଦୁମାନେ କରିଛନ୍ତି। କିନ୍ତୁ ଜଣେ ବୀର ଯବାନ ତୁକାରାମ ଓମ୍ବଲେ (Tukaram Omble) ନିଜ ଜୀବନ ଦେଇ କସାବ୍କୁ ଜୀବିତ ଧରିନେଲେ ଏବଂ ପାକିସ୍ତାନ ଓ ଭାରତର କିଛି ନେତାଙ୍କର ଏହି ଭୟଙ୍କର ଷଡ଼ଯନ୍ତ୍ର ଫସର ଫାଟିଗଲା।
ଆର.ଭି.ଏସ. ମଣିଙ୍କୁ କିଡ୍ନାପ୍ କରିବାର ହୋଇଥିଲା ଚେଷ୍ଟା!
ସତ୍ୟ କହିବା ଏହି ଦେଶରେ କେତେ ବିପଜ୍ଜନକ, ତାହା ମଣିଙ୍କ ସହ ଘଟିଥିବା ଘଟଣାରୁ ଜଣାପଡ଼େ। ୩୦ ଦିସେମ୍ବର ୨୦୦୮ ରେ, ଯେତେବେଳେ କସାବ୍ ଜଣେ ପାକିସ୍ତାନୀ ବୋଲି ପ୍ରମାଣିତ ହୋଇନଥିଲା ଏବଂ ପାକିସ୍ତାନ ଏହାକୁ ସ୍ୱୀକାର କରୁନଥିଲା, ସେତେବେଳେ ମଣିଙ୍କୁ ଦିଲ୍ଲୀର ରାସ୍ତାରେ କିଡ୍ନାପ୍ କରିବାକୁ ଚେଷ୍ଟା କରାଯାଇଥିଲା।
ସେ ସେଦିନ ରାତି ପ୍ରାୟ ୧୦ଟାରେ ଆଇନ ମନ୍ତ୍ରାଳୟରୁ କାମ ସାରି ନିଜ କାର୍ରେ ଫେରୁଥିଲେ। ହଠାତ୍ ୪ ଜଣ ବାଇକ୍ ଆରୋହୀ ତାଙ୍କ କାର୍କୁ ପିଛା କଲେ ଏବଂ ତାଙ୍କୁ ରାସ୍ତାରେ ଅଟକାଇବାକୁ ଚେଷ୍ଟା କଲେ। ମଣି ଜଣେ ସ୍ପୋର୍ଟସମ୍ୟାନ୍ ଥିଲେ, ସେ ବୁଦ୍ଧିମତ୍ତାର ସହ ଗାଡ଼ି ଚଲାଇ ନିଜ ଆପାର୍ଟମେଣ୍ଟ ଭିତରକୁ ପଶିଗଲେ। ଆଶ୍ଚର୍ଯ୍ୟର କଥା ହେଉଛି, ସେହି ସମୟରେ ପୋଲିସ ପୋଷ୍ଟ ଏବଂ ପୋଲିସ ଷ୍ଟେସନ ସମ୍ପୂର୍ଣ୍ଣ ଖାଲି ଥିଲା!
ପରବର୍ତ୍ତୀ ସମୟରେ ଗୁପ୍ତଚର ସଂସ୍ଥା (IB)ର ଜଣେ ଅଧିକାରୀ ତାଙ୍କୁ ସତର୍କ କରାଇ କହିଥିଲେ ଯେ, ‘ଏହି ମାମଲାକୁ ଆଉ ଆଗକୁ ବଢ଼ାନ୍ତୁ ନାହିଁ। ଆପଣଙ୍କୁ କିଡ୍ନାପ୍ କରି ପାକିସ୍ତାନ ସହ ଡିଲ୍ କରିବାର ଯୋଜନା ଥିଲା। ଜଣେ ବଡ଼ ମିଡିଆ ବ୍ୟକ୍ତିତ୍ୱ ଏବଂ ନେତା ଏଥିରେ ସାମିଲ ଥିଲେ।’ ଯଦି ସେଦିନ ମଣି କିଡ୍ନାପ୍ ହୋଇଯାଇଥାନ୍ତେ, ତେବେ କସାବ୍ ପାକିସ୍ତାନୀ ବୋଲି କେବେ ପ୍ରମାଣିତ ହୋଇପାରିନଥାନ୍ତା ଏବଂ ଭାରତ ସେହି ମିଛ ଆତଙ୍କବାଦର କଳଙ୍କ ମୁଣ୍ଡାଇଥାନ୍ତା।
ଇଶରତ ଜହାନ କେସ୍ ଏବଂ ସିଗାରେଟ୍ ଚେଙ୍କର ନିର୍ଯାତନା
ଷଡ଼ଯନ୍ତ୍ରର ସୀମା ଏତିକିରେ ସରିନଥିଲା। ଆପଣ ସମସ୍ତେ ଗୁଜରାଟର ଇଶରତ ଜହାନ ଏନକାଉଣ୍ଟର ମାମଲା ବିଷୟରେ ଜାଣିଥିବେ। ଆର.ଭି.ଏସ. ମଣି ପ୍ରଥମ ଆଫିଡେଭିଟ୍ (Affidavit) ଦାଖଲ କରିଥିଲେ, ଯେଉଁଥିରେ ସ୍ପଷ୍ଟ ଲେଖାଥିଲା ଯେ ଇଶରତ ଜହାନ ଏକ ଲସ୍କର-ଇ-ତୋଇବା (LeT) ର ଆତଙ୍କବାଦୀ ଥିଲା ଏବଂ ତାର ଏକମାତ୍ର ଉଦ୍ଦେଶ୍ୟ ଥିଲା ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ହତ୍ୟା କରିବା।
କିନ୍ତୁ ସେତେବେଳର କେନ୍ଦ୍ର ଗୃହମନ୍ତ୍ରୀ ପି. ଚିଦାମ୍ବରମ୍ ଗୃହ ମନ୍ତ୍ରାଳୟର ସେହି ଫାଇଲ୍କୁ ନିଜ ପାଖରେ ରଖିଲେ ଏବଂ ଅଧିକାରୀମାନଙ୍କ ବିରୋଧ ସତ୍ତ୍ୱେ ନିଜେ ଏକ ଦ୍ୱିତୀୟ ନକଲି ଆଫିଡେଭିଟ୍ ଡ୍ରାଫ୍ଟ କଲେ, ଯେଉଁଥିରେ ଇଶରତ ଜହାନକୁ ନିର୍ଦ୍ଦୋଷ ପ୍ରମାଣ କରିବାକୁ ଚେଷ୍ଟା କରାଗଲା।
ଯେତେବେଳେ ମଣିଙ୍କ ଉପରେ ଚାପ ପକାଗଲା ଏହି ବୟାନ ବଦଳାଇବା ପାଇଁ, ସେତେବେଳେ ଏସଆଇଟିର ଜଣେ ଅଧିକାରୀ ସତୀଶ ବର୍ମା ତାଙ୍କୁ ଗୋଟିଏ ବନ୍ଦ କୋଠରୀରେ ଜେରା କଲେ। ଯେତେବେଳେ ମଣି ମିଛ ଲେଖିବାକୁ ମନା କଲେ, ସେତେବେଳେ ସେହି ଅଧିକାରୀ ଜଳନ୍ତା ସିଗାରେଟ୍ ଆଣି ମଣିଙ୍କ ଜଙ୍ଘରେ ଚେଙ୍କ ଦେଇଥିଲେ! ଜଣେ କେନ୍ଦ୍ର ସରକାରଙ୍କ କ୍ଲାସ୍-ୱାନ୍ ଅଧିକାରୀଙ୍କ ସହ କେବଳ ରାଜନୈତିକ ସ୍ୱାର୍ଥ ପାଇଁ ଏଭଳି ତୃତୀୟ ଡିଗ୍ରୀ ଅତ୍ୟାଚାର କରାଯାଇଥିଲା। ତାଙ୍କ ଉଦ୍ଦେଶ୍ୟ ଥିଲା ମଣିଙ୍କ ମାଧ୍ୟମରେ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହଙ୍କୁ ଜେଲ୍ ପଠାଇବା। କିନ୍ତୁ ମଣି ନିଜ ସତ୍ୟରୁ ହଟିନଥିଲେ।
ଡ୍ରଗ୍ସ, ମିଛ ନୋଟ୍ (FICN) ଏବଂ ଆତଙ୍କବାଦର ଅର୍ଥନୀତି
ଆତଙ୍କବାଦ କେବଳ ବନ୍ଧୁକରେ ଚାଲେନାହିଁ, ଏହା ଟଙ୍କାରେ ଚାଲେ। ଆର.ଭି.ଏସ. ମଣି କହିଛନ୍ତି ଯେ ଭାରତରେ ହେଉଥିବା ଆତଙ୍କବାଦୀ ଆକ୍ରମଣର ୩୦% ଫଣ୍ଡିଂ ପାକିସ୍ତାନରୁ ଆସୁଥିବା ନକଲି ନୋଟ୍ (FICN) ଏବଂ ଆଉ ୩୦% ଫଣ୍ଡିଂ ଡ୍ରଗ୍ସ କାରବାରରୁ ଆସୁଥିଲା।
ପାକିସ୍ତାନର ଜାଭେଦ୍ ଖାନାନୀ ନାମକ ବ୍ୟକ୍ତି ପେଶାୱାର ଏବଂ କରାଚୀରେ ଭାରତୀୟ ନକଲି ନୋଟ୍ ଛାପିବାର ସବୁଠାରୁ ବଡ଼ ପ୍ରେସ୍ ଚଲାଉଥିଲା। ଆଶ୍ଚର୍ଯ୍ୟର କଥା ହେଉଛି, ଭାରତର କିଛି ବଡ଼ ବଡ଼ ରାଜନେତା, ଯେଉଁମାନଙ୍କର ଉତ୍ତର ପ୍ରଦେଶ ଏବଂ ମହାରାଷ୍ଟ୍ରରେ ପେଟ୍ରୋଲ ପମ୍ପ ଅଛି, ସେମାନେ ନିଜ ପେଟ୍ରୋଲ ପମ୍ପ ମାଧ୍ୟମରେ ଏହି ନକଲି ନୋଟ୍କୁ ବଜାରରେ ସର୍କୁଲେଟ୍ କରୁଥିଲେ! ପାକିସ୍ତାନୀ ହାଇ କମିଶନରଙ୍କ କିଛି ଅଧିକାରୀ ଏବଂ ଦେଶର କିଛି ପ୍ରଭାବଶାଳୀ ପ୍ରପର୍ଟି ଡିଲର ମଧ୍ୟ ଏହି ରାକେଟ୍ରେ ସାମିଲ ଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମୁଦ୍ରାକରଣ (Demonetization) ବା ନୋଟ୍ ବନ୍ଦୀ ନିଷ୍ପତ୍ତି ପରେ ପାକିସ୍ତାନର ଏହି ପୂରା ନେଟୱର୍କ ଧ୍ୱଂସ ହୋଇଗଲା। ମୋଦୀଙ୍କ ଏହି ଗୋଟିଏ ଝଟକାରେ ପାକିସ୍ତାନର କୋଟି କୋଟି ଟଙ୍କାର ନକଲି ନୋଟ୍ କାଗଜ ମୁଣ୍ଡାରେ ପରିଣତ ହେଲା ଏବଂ ଏହାର ୪ ସପ୍ତାହ ପରେ ସେହି ନକଲି ନୋଟ୍ର ମାଷ୍ଟରମାଇଣ୍ଡ ଜାଭେଦ୍ ଖାନାନୀ ପାକିସ୍ତାନରେ ସନ୍ଦିଗ୍ଧ ଭାବେ ମୃତ୍ୟୁବରଣ କଲା।
ଆର.ଭି.ଏସ. ମଣିଙ୍କର ଏହି ସାକ୍ଷାତକାର ପ୍ରମାଣ କରୁଛି ଯେ ଦେଶର ସୁରକ୍ଷାକୁ ନେଇ କିଭଳି ଭୟଙ୍କର ଖେଳ ଖେଳାଯାଉଥିଲା। ଜଣେ ସରକାରୀ ଅଧିକାରୀଙ୍କୁ ନିଜ କର୍ତ୍ତବ୍ୟ ପାଇଁ ନିଜ ମାଆ ଏବଂ ବାପାଙ୍କୁ ହରାଇବାକୁ ପଡ଼ିଲା, ତଥାପି ସେ ନିଜ ନିଷ୍ଠାରୁ ହଟିଲେ ନାହିଁ। ଆଜି ସେଥିପାଇଁ ତାଙ୍କୁ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ କରାଯାଇଛି, ଯାହା ସତ୍ୟର ସବୁଠାରୁ ବଡ଼ ବିଜୟ।
ମଣି କହିଛନ୍ତି, ବର୍ତ୍ତମାନର ମୋଦୀ ସରକାରଙ୍କ ନୀତି ଯୋଗୁଁ କାଶ୍ମୀରରେ ବିଚ୍ଛିନ୍ନତାବାଦୀ ଏବଂ ଦେଶରେ ନକ୍ସଲବାଦ ସମ୍ପୂର୍ଣ୍ଣ ଶେଷ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ଯେମିତି ‘ବିକଶିତ ଭାରତ’ ଏବଂ ‘ସ୍ୱଚ୍ଛ ଭାରତ’ କଥା କହୁଛନ୍ତି, ଏବେ ସେମିତି ‘ସୁରକ୍ଷିତ ଭାରତ’ (Surakshit Bharat) ର ସମୟ ଆସିଯାଇଛି। କାରଣ ଦେଶ ସୁରକ୍ଷିତ ରହିଲେ ହିଁ ଆମେ ବିକାଶ କରିପାରିବା।
AlsoRead; https://purvapaksa.com/bjds-corporate-culture-and-the-satisfaction-of-its-employees/


